ବେଆଇନ ହୋଡ଼ିଂରେ ଭର୍ତ୍ତି କେନ୍ଦୁଝରଗଡ ପୌରପାଳିକା, ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ - ବେଆଇନ ହୋଡ଼ିଂରେ ଭର୍ତ୍ତି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/28-08-2023/640-480-19376584-thumbnail-16x9-kkk.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Aug 28, 2023, 5:38 PM IST
କେନ୍ଦୁଝର: ସବୁଜ ସୁନ୍ଦର ଆମ କେନ୍ଦୁଝର ନାରା ଦେଉଛି କେନ୍ଦୁଝରଗଡ ପୌରପାଳିକା । ଏଥିପାଇଁ ପୌର ପ୍ରଶାସନ ପକ୍ଷରୁ ମଧ୍ୟ ବହୁବାର ସଚେତନତା ଅଭିଯାନ କରାଯାଉଛି । ସହରକୁ ସବୁବେଳେ ସୁନ୍ଦର କରିବା ପାଇଁ ପୌରପାଳିକା ପକ୍ଷରୁ ବହୁ ଯୋଜନା କରାଯାଇଛି । ବର୍ତ୍ତମାନ କେନ୍ଦୁଝରଗଡ ପୌରପାଳକାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲୁ ରହିଛି । ପୌର ପ୍ରଶାସନ ସହରକୁ ଏକ ଉନ୍ନତ ସହର ଭାବେ ଗଢି ତୋଳିବା ପାଇଁ ଚେଷ୍ଟାରତ । କିନ୍ତୁ ଚନ୍ଦ୍ରରେ କଳଙ୍କ ପରି ସହରର ସୌନ୍ଦର୍ଯ୍ୟକୁ ହାନି କରୁଛି ବେଆଇନ୍ ହୋଡ଼ିଂ। ସହରର ପ୍ରମୁଖ ସ୍ଥାନମାନଙ୍କରେ ଭରି ରହିଛି ବେଆଇନ୍ ହୋଡ଼ିଂ । କେଉଁ ସଂସ୍ଥାର ବ୍ୟବସାୟ ପାଇଁ ହୋଡ଼ିଂ ତ,କାହାର ନିଜସ୍ଵ ପ୍ରଚାର ପାଇଁ ।
କେନ୍ଦୁଝର ଜିଲ୍ଲାରେ ଟ୍ରକ ମାଲିକ ସଂଘର ନିର୍ବାଚନ ଜୋର ଧରିଛି । ଏହି ନିର୍ବାଚନରେ ଓହ୍ଲାଇ ଥିବା ପାର୍ଥିମାନେ ନିଜ ପ୍ରଚାର ପାଇଁ ସହର ସାରା ବେଆଇନ ଭାବେ ହୋଡିଂରେ ଭର୍ତ୍ତି କରିଦେଇଛନ୍ତି ।ଫଳରେ ସହର ସୌନ୍ଦର୍ଯ୍ୟ ବିହୀନ ସହର ଭାବେ ଦେଖାଯାଉଛି ।ଏହି ସବୁ ହୋଡିଂ ଲାଗାଇବା ନେଇ କେହି ପୌରପାଳିକାଠାରୁ ଅନୁମତି ପତ୍ର ନେଇ ନଥିବା ଜଣାପଡିଛି । ଏନେଇ ବହୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି ।
ଏନେଇ ପୌରପାଳିକା ଅଧିକାରୀଙ୍କୁ ପଚାରିବାରୁ ସହର ମଧ୍ୟରେ ହୋଡିଂ ପାଇଁ ରହିଛି ସ୍ୱତନ୍ତ୍ର ନିୟମ ।ସରକାରୀ ସଚେତନତା ହୋଡିଂ ଛଡ଼ା ଯେକୌଣସି ବେସରକାରୀ ହୋଡିଂ ଲଗେଇବା ପାଇଁ ପୌରପାଳିକା ପକ୍ଷରୁ ଏକ ମୂଲ୍ୟ ଧାର୍ଯ୍ୟ କରାଯାଇଛି । ଯେଉଁ ସଂସ୍ଥା କି ବ୍ୟକ୍ତି ବିଶେଷ ଏହାର ଖିଲାପ କରି ହୋଡିଂ ମାରନ୍ତି ତାହେଲେ ଉକ୍ତ ସମସ୍ତ ହୋଡିଂ କାଢି ଦିଆଯିବ ବୋଲି ପୌରପାଳିକାର ଅଧିକାରୀ ପ୍ରକାଶ କରିଛନ୍ତି । ଆସନ୍ତାକାଲି ଠାରୁ ଏହା ପ୍ରତି କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, କେନ୍ଦୁଝର