ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଉପରେ ଫୋକସ: ଜିଲ୍ଲାପାଳ - ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ
🎬 Watch Now: Feature Video
ବାଲେଶ୍ୱର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବାଲେଶ୍ୱରରେ ପ୍ରାକୃତିକ ବିପର୍ଯ୍ୟୟ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦର ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲାର ସମସ୍ତ ତହସିଲଦାର ବିଡ଼ିଓଙ୍କ ସମେତ ବିଦ୍ୟୁତ ବିଭାଗ ଅଧିକାରୀ ଓ କର୍ମଚାରୀମାନଙ୍କୁ ସଜାଗ ହୋଇ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ କହିଛନ୍ତି, "ବାତ୍ୟାକୁ ପ୍ରଶମିତ କରିବା ପାଇଁ ଏହି ବୈଠକ ଡକାଯାଇଥିଲା । ଜିଲ୍ଲାର ସମସ୍ତ ପଞ୍ଚାୟତ, ପୌରପାଳିକା ଏବଂ ଏନ୍ଏସିରେ ପର୍ଯ୍ୟାପ୍ତ ପରିମାଣରେ ଚୁଡ଼ା, ଚାଉଳ, ଗୁଡ଼, କିରୋସିନି, ପଲିଥିନ୍ ଇତ୍ୟାଦି ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ରହିଛି । ବିପର୍ଯ୍ୟୟ ପୂର୍ବରୁ ସମସ୍ତ ଦୁର୍ବଳ ନନ୍ଦୀବନ୍ଧଗୁଡ଼ିକୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରାଯାଉଛି । ଏହାଛଡ଼ା ଜିଲ୍ଲାସ୍ୱାସ୍ଥ୍ୟ ବିଭାଗକୁ ଔଷଧ, ସାଲାଇନ୍, ଇଞ୍ଜେକସନ ଇତ୍ୟାଦି ମହଜୁଦ ରଖିବା ପାଇଁ କୁହାଯାଇଛି । ସେହିପରି ରିଲିଫ୍ ସାମଗ୍ରୀ ସୁରକ୍ଷିତ ସ୍ଥାନରେ କେମିତି ପହଞ୍ଚିବ ସେନେଇ ଏସପିଙ୍କ ସହଯୋଗ ଲୋଡା ଯାଇଛି ।"
ଇଟିଭି ଭାରତ, ବାଲେଶ୍ୱର