ତେନ୍ତୁଳି ଗଛରୁ ଝରୁଛି କ୍ଷୀର ! କିଏ କହୁଛି ଆଶ୍ଚର୍ଯ୍ୟ, କିଏ କହୁଛି ଅଲୌକିକ

By ETV Bharat Odisha Team

Published : Nov 28, 2023, 9:57 PM IST

thumbnail

ବାଲେଶ୍ବର: ସହରର ଏଡିଏମ ଛକ ନିକଟରେ ଥିବା ଏକ ତେନ୍ତୁଳି ଗଛରୁ କ୍ଷୀର ଝରିବା ନେଇ ଲୋକମାନେ ଚକିତ ହୋଇଛନ୍ତି। ଏହା କିଛି ବୈଜ୍ଞାନିକ କାରଣ ନା ଅଲୌକିକ କାରଣ ତାହା ସ୍ପଷ୍ଟ ହୋଇ ନଥିବା ବେଳେ ତେନ୍ତୁଳି ଗଛରୁ କ୍ଷୀର ଝରିବା ସମସ୍ତଙ୍କୁ ଚକିତ କରିଛି ।  ଅନେକ ସମୟରେ ନିମ୍ବ ଗଛରୁ କ୍ଷୀର ବାହାରିବା ଘଟଣା ସାମ୍ନାକୁ ଆସିଥାଏ ।  ମାତ୍ର ତେନ୍ତୁଳି ଗଛରୁ ଏମିତି କ୍ଷୀର ବାହାରିବା ପ୍ରଥମ ବୋଲି କୁହାଯାଉଛି । ଏଡିଏମ ଛକରେ ଏମିତି ଘଟଣା ଦେଖି ସ୍ଥାନୀୟ ଲୋକ ଓ ସେଠାରେ ଥିବା ଦୋକାନୀମାନେ ଗଛ ନିକଟକୁ ଆସି ବାଲଟି ବସାଇ ଉକ୍ତ ତରଳ ପଦାର୍ଥ ସଂଗ୍ରହ କରିଥିଲେ।  

ଏହା ବି ପଢନ୍ତୁ- ଅଲୌକିକ ! ନିମ୍ବ ଗଛରୁ ବାହାରୁଛି କ୍ଷୀର, ଲୋକେ କରୁଛନ୍ତି ପୂଜାର୍ଚ୍ଚନା

କିଏ କହୁଛି କ୍ଷୀର ତ କିଏ କହୁଛି ଏହା ପ୍ରସାଦ ଭଳି ବାସୁଛି । ପୁଣି କିଏ କିଏ କହୁଛନ୍ତି ଏହା ଏକ ଅଜବ ବାସ୍ନା ହେଉଥିବା ବେଳେ ଏଥିରୁ କିଛି ସ୍ବାଦ ବାରି ହୋଇ ପାରୁନି ।  ଭୋର ୪ଟା ପକ୍ଷରୁ ଉକ୍ତ ତେନ୍ତୁଳି ଗଛରୁ ଏମିତି ତରଳ ପଦାର୍ଥ ବୋହିବା ଆରମ୍ଭ ହୋଇଥିବା ବେଳେ ଧୀରେଧୀରେ ଏହାର ପରିମାଣ ବୃଦ୍ଧି ପାଇଥିଲା ।  ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏହା ଏକ ଅଲୌକିକ ଶକ୍ତି ବୋଲି କୁହାକୁହି ହେଉଥିବା ବେଳେ ହୁଏତ ଏହାର କିଛି ଅନ୍ୟ କାରଣ ମଧ୍ୟ ଥାଇପାରେ ।  ତେବେ ଏମିତି ଘଟଣା ଦେଖିବା ପାଇଁ ଉକ୍ତ ତେନ୍ତୁଳି ଗଛ ମୂଳରେ ଜୋରଦାର ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.