ସାଇକେଲରେ ଚାରିଧାମ ଯାତ୍ରା, 14 ରାଜ୍ୟ ବୁଲି ଓଡିଶାରେ ପହଞ୍ଚିଲେ ବାଲେଶ୍ବର ଯୁବକ - ବ୍ରହ୍ମପୁର ନ୍ୟୁଜ

🎬 Watch Now: Feature Video

thumbnail

By

Published : Aug 9, 2023, 11:32 AM IST

ବ୍ରହ୍ମପୁର: ସାଇକେଲରେ ଚାରିଧାମ ଯାତ୍ରା । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ଯୁବକ ରବିନ୍ଦ୍ର ଜେନା ଗତ ମେ ମାସ ୨୪ ତାରିଖରେ ବାଲେଶ୍ବର ଜିଲ୍ଲାରୁ ସାଇକେଲ ଧରି ଚାରି ଧାମ ଯାତ୍ରା କରିବାକୁ ବାହାରିଥିଲେ । ଏହି ଚାରି ଧାମ୍ ଯାତ୍ରା ସମୟରେ ଅଯୋଧ୍ୟା ଠାରୁ ଆରମ୍ଭ କରି ବିଭିନ୍ନ ମଠ, ମନ୍ଦିର ଭଳି ବିଭିନ୍ନ ସ୍ଥାନ ପରିକ୍ରମା କରିବା ପରେ ବର୍ତ୍ତମାନ ପୁରୀ ଅଭିମୁଖେ ଯାଉଛନ୍ତି ରବିନ୍ଦ୍ର । ପୁରୀରେ ଜଗତରନାଥ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ପହଞ୍ଚି ଦର୍ଶନ କରିବା ପରେ ଶେଷରେ ନିଜ ଗ୍ରାମକୁ ଫେରିବେ ରବିନ୍ଦ୍ର । ତେବେ ପିଲାଟି ଦିନରୁ ଚାରି ଧାମ ଯାତ୍ରା କରିବାକୁ ଆଗ୍ରହ ରଖିଥିବା ରବିନ୍ଦ୍ର ନିଜର ସାଇକେଲରେ ଚାରିଧାମ ପରିକ୍ରମା କରିବେ ବୋଲି ଚିନ୍ତା କରି ଏପରି ସାଇକେଲରେ ଯାତ୍ରା ଆରମ୍ଭ କରିଥିଲେ । ତେବେ ରବିନ୍ଦ୍ର ଓଡିଶାର ବାଲେଶ୍ୱରରୁ ବାହାରି ଇତି ମଧ୍ୟରେ ୧୪ଟି ରାଜ୍ୟ ପରିକ୍ରମା କରିଥିବା କହିଛନ୍ତି । ଓଡିଶାରୁ ବାହାରିବା ପରେ ଜଳେଶ୍ୱର ଦେଇ ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ହରିୟାଣା, ରାଜସ୍ଥାନ , ଗୁଜୁରାଟ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଦେଇ ପୁଣି ଓଡିଶାରେ ପ୍ରବେଶ କରିଛନ୍ତି ରବିନ୍ଦ୍ର ।

ଏହା ମଧ୍ୟ ପଢନ୍ତୁ: ସାଇକେଲରେ 550 କିମି ଯାତ୍ରା କରି ଉମଲିଙ୍ଗ ଲା’ ପହଞ୍ଚିଲେ ସମ୍ବଲପୁର ଡିଏଫଓ, ଦେଲେ ଜଙ୍ଗଲ ସୁରକ୍ଷା ବାର୍ତ୍ତା

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.