ନୂଆ ରୂପରେ ଅଯୋଧ୍ୟା; ମେୟର କହିଲେ ଶେଷ ହୋଇଛି 179ଟି ପ୍ରକଳ୍ପ - ram mandir inaugaration
🎬 Watch Now: Feature Video
Published : Jan 16, 2024, 4:38 PM IST
Ayodhya Mayor Girish Pati Tripathi: ଅଯୋଧ୍ୟା: ପାଖେଇ ଆସୁଛି ମର୍ଯ୍ୟଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଦିବସ । ଆସନ୍ତା ଜାନୁଆରୀ 22 ତାରିଖରେ ଅଯୋଧ୍ୟାରେ ପ୍ରତିଷ୍ଠା ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ରାମ ମନ୍ଦିର । ଏହି ଦିବସକୁ ସମସ୍ତେ ଉତ୍ସାହର ସହ ଚାହିଁ ରହିଛନ୍ତି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପ୍ରସ୍ତୁତିକୁ ନେଇ ଦିନରାତି କାମ କରାଯାଉଛି । ଉତ୍ତର ପ୍ରଦେଶ ସରକରାଙ୍କ ଅନେକ ଯୋଜନା ମାଧ୍ୟମରେ ଅଯୋଧ୍ୟା ନଗରୀର ସୌନ୍ଦର୍ଯ୍ୟକରଣ କରାଯାଇଛି । ରାସ୍ତାର ପ୍ରଶସସ୍ତତା ଠାରୁ ଆରମ୍ଭ କରି ସଫା ସୁତରା କାର୍ଯ୍ୟ ଯୁଦ୍ଧକାଳୀନ ସ୍ଥିତିରେ ଚାଲିଛି । ପ୍ରାୟ ତିରିଶ ହଜାର କୋଟି ମୂଲ୍ୟର 179 ଟି ପ୍ରକଳ୍ପ ଅଯୋଧ୍ୟାରେ ଚାଲିଛି । ମ୍ୟୁନିସିପାଲିଟି କର୍ପୋରେସନ୍, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମାଧ୍ୟମରେ ସମସ୍ତ କାର୍ଯ୍ୟ କରାଯାଉଛି । କରାଯାଉଥିବା ବଡ କାର୍ଯ୍ୟଗୁଡ଼ିକ ହେଉଛି ରାମ ପଥ, ଧର୍ମ ପଥ ଓ ଭକ୍ତିର ପଥ । ଏହା ବ୍ୟତୀତ ମ୍ୟୁନିସିପାଲିଟି କର୍ପୋରେସନ୍ ସହିତ ଜଡିତ ଅନେକ ଯୋଜନା ଅଛି । ମଲ୍ଟିଲେବେଲ ପାର୍କିଂ କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ତେବେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ କେଉଁ ବିକାଶମୂଳକ କାର୍ଯ୍ୟ କରାଯାଇଛି ଓ ଜାନୁଆରୀ 22 ରେ ପ୍ରତିଷ୍ଠା ଦିବସ ପାଇଁ କିପରି ପ୍ରସ୍ତୁତି ଚାଲିଛି ଏନେଇ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇଛନ୍ତି ଅଯୋଧ୍ୟା ମେୟର ଗିରିଶ ପତି ତ୍ରିପାଠୀ ।
ଏହା ମଧ୍ୟ ପଢ଼ନ୍ତୁ.......ରାମ ମନ୍ଦିର ପ୍ରତିଷ୍ଠା; 108 ଫୁଟର ଧୂପକାଠିରେ ମହକିବ ଅଯୋଧ୍ୟା
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ