ନବରଙ୍ଗପୁରରେ ଅଗଷ୍ଟ କ୍ରାନ୍ତି ଦିବସ ପାଳନ, ବ୍ରିଟିଶ ଅମଳର ଜେଲକୁ ଜାତୀୟ ସ୍ମାରକୀର ମାନ୍ୟତା ଦେବାକୁ ଦାବି - ଦେଶ ପାଳୁଛି ଅଗଷ୍ଟ କ୍ରାନ୍ତି ଦିବସ
🎬 Watch Now: Feature Video
ନବରଙ୍ଗପୁର: ସାରା ଦେଶ ପାଳୁଛି ଅଗଷ୍ଟ କ୍ରାନ୍ତି ଦିବସ । ଆଜିର ଦିନରେ ମହାତ୍ମାଗାନ୍ଧୀଙ୍କ ନେତୃତ୍ବରେ ଇଂରେଜ ସରକାର ବିରୋଧରେ ଭାରତ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଥିଲା । ଏହି ଅପୂର୍ବ ଦିନକୁ ମନେ ରଖିବା ପାଇଁ ସାରା ଦେଶ କ୍ରାନ୍ତି ଦିବସ ପାଳୁଥିବା ବେଳେ ନବରଙ୍ଗପୁରରେ ମଧ୍ୟ ପାଳନ କରାଯାଇଛି । ନବରଙ୍ଗପୁର ସଦର ମହକୁମା ତହସିଲ କାର୍ଯ୍ୟାଳୟ ପଛପଟେ ଥିବା ବ୍ରିଟିଶ ଅମଳର ଜେଲ ପରିସରରେ ଓଡ଼ିଶା ସ୍ଵାଧୀନତା ସଂଗ୍ରାମୀ ସ୍ମୃତି ସଂଘ ପକ୍ଷରୁ ଏହି ଦିବସ ପାଳନ କରଯାଇଛି । ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନ ସମୟରେ ନବରଙ୍ଗପୁର ଜିଲ୍ଲାରେ ଐତିହାସିକ ପାପଡାହାଣ୍ଡି ଗୁଳିକାଣ୍ଡ ଓ ବ୍ୟକ୍ତିଗତ ଭାବେ ସତ୍ୟାଗ୍ରହ କରି ନବରଙ୍ଗପୁର ଜିଲ୍ଲାର ପ୍ରାୟ ୧୫୦ ଜଣ ଏହି ଜେଲ୍ରେ କାରାବାସ ଭୋଗୁଥିଲେ । ଜେଲ୍ରେ ୮ ଜଣ ସଂଗ୍ରାମୀ ଶହୀଦ ହୋଇଥିବା ବେଳେ ୩ ଜଣଙ୍କୁ ଜେଲ୍ ପରିସରରେ କବର ଦିଆଯାଇଥିବା ନେଇ ସ୍ବାଧୀନତା ସଂଗ୍ରାମୀ ଶହୀଦ ସ୍ମୃତି ସଂସଦ ପକ୍ଷରୁ ଦାବି କରାଯାଇଛି । ତେଣୁ ବୁଧବାର ସେହି ବ୍ରିଟିଶ ଅମଳର ଜେଲ୍ ପରିସରରୁ ମଶାଲ ଜାଳି ଏକ ଶୋଭାଯାତ୍ରା ବାହରି ଟାଉନ ହଲ ପର୍ଯ୍ୟନ୍ତ ଆଣିଥିଲେ । ସେଠାରେ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଫୋଟ ଚିତ୍ର ପ୍ରଦର୍ଶନୀ କରାଯାଇଥିଲା । ବ୍ରିଟିଶ ଅତ୍ୟାଚାରରେ ପ୍ରାଣବଳି ଦେଇଥିବା ୮ ଜଣ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ବ୍ରିଟିଶ ଅମଳରେ ଥିବା କାରାଗାରକୁ ଜାତୀୟ ସ୍ମାରକୀର ମାନ୍ୟତା ଦେବା ପାଇଁ ଦାବି ହୋଇଛି ।
ଇଟିଭି ଭାରତ, ନବରଙ୍ଗପୁର