Asian Games 2023: ସ୍ବର୍ଣ୍ଣ ପଦକକୁ ପରିଶ୍ରମର ଫଳ କହିଲେ ସୁନାପୁଅ ନୀରଜ, କିଶୋର ଜେନାଙ୍କୁ କଲେ ପ୍ରଶଂସା

By ETV Bharat Odisha Team

Published : Oct 7, 2023, 9:22 PM IST

thumbnail

ଚଣ୍ଡିଗଡ: ଏସିଆନ୍‌ ଗେମ୍ସ ୨୦୨୩ରେ ଇତିହାସ ରଚିଛି ଭାରତ । ୨୮ ସ୍ବର୍ଣ୍ଣ, ୩୮ ରୌପ୍ୟ ଓ ୪୧ କାଂସ୍ୟ ପଦକ ସହ ଭାରତ ମୋଟ ୧୦୭ ପଦକ ଜିତି ୧୯ ତମ ଏସୀୟ କ୍ରୀଡ଼ା ଅଭିଯାନ ଶେଷ କରିଛି । ସେପଟେ ଭାରତର ସୁନାପୁଅ ନୀରଜ ଚୋପ୍ରା ଭାରତର ଏହି ଐତିହାସିକ ଯାତ୍ରାରେ ପୁଣିଥରେ ସ୍ବର୍ଣ୍ଣ ଭେଟି ଦେଇଥିଲେ । ଏହି ସଫଳତାକୁ ସେ ନିଜ ପରିଶ୍ରମର ଫଳ ବୋଲି ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି । ଆତ୍ମବିଶ୍ବାସ ସଫଳତାର ଚାବିକାଠି ବୋଲି ସେ କହିଛନ୍ତି । ସେପଟେ ଜେଭେଲିନ୍‌ ଥ୍ରୋ ଇଭେଣ୍ଟରେ ନୀରଜଙ୍କ ସହ କଡ଼ା ପ୍ରତିଦ୍ବନ୍ଦ୍ବିତା କରି ଭାରତକୁ ରୌପ୍ୟ ଆଣିଥିବା ଓଡ଼ିଆ ପୁଅ କିଶୋର ଜେନାଙ୍କୁ ମଧ୍ୟ ବେଶ ପ୍ରଶଂସା କରିଛନ୍ତି ନୀରଜ । ସେ କହିଛନ୍ତି, "କିଶୋରଙ୍କ ପ୍ରଦର୍ଶନ ବେଶ ଉଚ୍ଚକୋଟୀର ଥିଲା । ତାଙ୍କ ସହ ଅନେକ ପ୍ରତିଯୋଗିତା ମୁଁ ଖେଳିବାର ସୁଯୋଗ ପାଇଛି । ସେ ଆହୁରି ଆଗକୁ ଯାଆନ୍ତୁ ଓ ସଫଳ ହୁଅନ୍ତୁ ବୋଲି ମୁଁ କାମନା କରୁଛି ।" ଭାରତୀୟ ଖେଳାଳି ଏପରି ଆଗକୁ ଆସିଲେ ମୋତେ ବେଶ ଖୁସି ଲାଗେ ବୋଲି କହି କିଶୋରଙ୍କୁ ପ୍ରଶଂସା କରିଛନ୍ତି ସ୍ବର୍ଣ୍ଣ ପଦକ ବିଜେତା ନୀରଜ ।

ଏହା ମଧ୍ୟ ପଢ଼ନ୍ତୁ...Asian Games 2023: ଚାଇନାରେ ଚମକିଲେ ଓଡ଼ିଆ ପୁଅ, ଜାଭେଲିନ ଥ୍ରୋରେ କିଶୋର ଜେନାଙ୍କୁ ରୌପ୍ୟ, ସ୍ବର୍ଣ୍ଣ ଆଣିଲେ ନୀରଜ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.