ଆଫଗାନିସ୍ତାନଠୁ ଜିତିଲା ପାକିସ୍ତାନ, ଗ୍ୟାଲେରୀରେ ପିଟାପିଟି ହେଲେ ଫ୍ୟାନ୍ସ

By

Published : Sep 8, 2022, 10:42 AM IST

Updated : Feb 3, 2023, 8:27 PM IST

thumbnail

ଦୁବାଇ: ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ବୁଧବାର ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସୁପର ଫୋର ରାଉଣ୍ଡର ମ୍ୟାଚ ଥିଲା । ଏଥିରେ ଆଫଗାନିସ୍ତାନଠୁ ରୋମାଞ୍ଚକର ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି ପାକିସ୍ତାନ । ଏହା ପରେ ବିଚଳିତ ହୋଇପଡିଥିଲେ ଆଫଗାନିସ୍ତାନ ଫ୍ୟାନ୍ସ । ପାକିସ୍ତାନର ବିଜୟ ପରେ ଆଫଗାନିସ୍ତାନ ଫ୍ୟାନ୍ସ ପାକିସ୍ତାନ ଫ୍ୟାନ୍ସଙ୍କ ଉପରକୁ ଆକ୍ରମଣ କରିଥିଲେ । ସେମାନେ ମଧ୍ୟ ଛାଡି ନଥିଲେ। ପରସ୍ପର ମଧ୍ୟରେ ସଂଘର୍ଷ ହୋଇଥିଲା । ଦୁଇ ଦଳର ଫ୍ୟାନ୍ସଙ୍କ ମଧ୍ୟ ମାରପିଟ ହୋଇଥିଲା । ଚେୟାର ଫିଙ୍ଗା ଫିଙ୍ଗି ମଧ୍ୟ ହୋଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପାକିସ୍ତାନ ପୂର୍ବତନ କ୍ରିକେଟର ସୋଏବ ଅକ୍ତର ଭିଡିଓକୁ ଟ୍ବିଟରରେ ସେୟାର କରି ଲେଖିଛନ୍ତି, ''ଏହା କଣ କରୁଛନ୍ତି ଆଫଗାନିସ୍ତାନ ଫ୍ୟାନ୍ସ । ପୂର୍ବରୁ ଅନେକ ଥର ଏପରି କରିଛନ୍ତି । ଏହା ଏକ ଖେଳ ଏଥିରେ ହାର ଜିତି ଥାଏ ଏପରି କରିବା ଠିକ ନୁହେଁ ।''

Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.