World Cup 2023: ଚକଖଡିରେ ବିଶ୍ବକପ ଗଢି ଶୁଭେଚ୍ଛା ଜଣାଇଲେ କଟକ ଛାତ୍ର - ଭାରତ ଜିତିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ସୂର୍ଯ୍ୟନାରାୟଣ

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 7, 2023, 2:28 PM IST

କଟକ: ଆରମ୍ଭ ହୋଇଛି ବିଶ୍ଵକପ ମହାସମ ର। ଆସନ୍ତାକାଲି ଭାରତ ତାର ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ ।  ଏହାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଏହାରି ଭିତରେ କଟକର ଜଣେ ଛାତ୍ର କରିଛନ୍ତି ଏକ ନିଆରା ଚିତ୍ରକଳା । ଏକ ଚକରେ ବିଶ୍ୱକପ କରି ଭାରତ ଏହି ବିଶ୍ୱକପ ଜିତିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି କଟକ ବିଦ୍ୟାଧରପୁର ଗୌତମ ନଗରର ସୂର୍ଯ୍ୟନାରାୟଣ ନାୟକ । ଅଧ ଘଣ୍ଟା ମଧ୍ୟରେ ଚକ ଖଡ଼ିରେ ଏହି ନିଆରା ବିଶ୍ୱକପ କରିଛନ୍ତି ସୂର୍ଯ୍ୟନାରାୟଣ ।

 ଏହା ମଧ୍ୟ ପଢନ୍ତୁ- World Cup 2023:  ଚକଖଡ଼ିରେ 1 ଇଞ୍ଜର କ୍ରିକେଟ ବିଶ୍ଵକପ୍ ସହ କ୍ୟାପ୍ଟେନଙ୍କ ପ୍ରତିକୃତି କରି ଚର୍ଚ୍ଚାରେ ବିଜୟ

 କ୍ରିକେଟ ପ୍ରତି ବେଶ ରୁଚି ରଖୁଥିବା ଏହି ଛାତ୍ରଙ୍କର ପ୍ରିୟ ଖେଳାଳି ହେଉଛନ୍ତି ବିରାଟ କୋହଲି । ଅଶ୍ଵସ୍ତ ଗଛର ପତ୍ର ଓ ମୋବାଇଲ ଟେଂପର ଗ୍ଲାସ କଭରରେ ବିରାଟଙ୍କ ପଟ୍ଟଚିତ୍ର ଆଙ୍କିଛନ୍ତି ସେ । ତେବେ ବିଶ୍ୱକପର କ୍ରେଜ ବର୍ତ୍ତମାନ ସାରା ଦେଶରେ ଜାରି ରହିଛି । ତେବେ ଚଳିତ ବିଶ୍ୱକପ ଭାରତ ଜିତିବା ଉଦ୍ଦେଶ୍ୟରେ ଏହି ଟ୍ରଫି କରିଥିବା କହିଛନ୍ତି ସୂର୍ଯ୍ୟନାରାୟଣ । ପୂର୍ବରୁ ଚକ ଖଡ଼ିରେ ଚନ୍ଦ୍ରଯାନ 3, ହକି ବିଶ୍ୱକପ, ନନ୍ଦିଘୋଷ ରଥ, ଆଇ ଲଭ ଓଡିଶାର ଚିତ୍ରକଳା କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ସୂର୍ଯ୍ୟନାରାୟଣ । ତେବେ ବିଶ୍ୱକପରେ ଭାରତ ଜିତିବ ଓ ବିରାଟ କୋହଲିଙ୍କ ଉଦ୍ଦେଶ୍ୟରେ ଏହି ଚକ ଖଡ଼ି ବିଶ୍ୱକପ ସମର୍ପିତ ବୋଲି ସୂର୍ଯ୍ୟନାରାୟଣ କହିଛନ୍ତି ।  

ଇଟିଭି ଭାରତ, କଟକ 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.