ପୁରୀ ବେଳାଭୂମିରେ ବାଲିରେ ନିର୍ମାଣ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

By ETV Bharat Odisha Team

Published : Jan 16, 2024, 10:24 PM IST

thumbnail

Sand art on Sri Mandir Corridor project: ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ଉତ୍ସବକୁ ନେଇ ଭକ୍ତଙ୍କ ମହଲରେ ଉତ୍ସାହର ମାହୋଲ । ସମସ୍ତେ ଅପେକ୍ଷା କରିଛନ୍ତି ଲୋକାର୍ପଣ ମୁହୂର୍ତ୍ତକୁ । ଏହି ଅବସରରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିକୃତି ବାଲିରେ ନିର୍ମାଣ କରିଛନ୍ତି । ଶ୍ରୀମନ୍ଦିର ସହିତ ପରିକ୍ରମା ପ୍ରକଳ୍ପ ନିର୍ମାଣ ହୋଇଥିବା ସମସ୍ତ ବିଷୟ ବସ୍ତୁକୁ ଅତି ନିଖୁଣ ଭାବରେ ନିଜ କଳା ମାଧ୍ୟମରେ ପ୍ରଦର୍ଶିତ କରିଛନ୍ତି । ଯାହାକି ବେଶ ଚମତ୍କାର ହୋଇଛି । ଏନେଇ ବାଲୁକା ଶିଳ୍ପୀ ସୁଦର୍ଶନ କହିଛନ୍ତି ଯେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ହେବା ଭକ୍ତଙ୍କ ପାଇଁ ସୌଭାଗ୍ୟର ବିଷୟ । ପୂର୍ବରୁ ଭକ୍ତମାନେ ଅନେକ ଅସୁବିଧା ସାମ୍ନା କରୁଥିଲେ । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭକ୍ତଙ୍କ ପାଇଁ ବେଶ ସହାୟକ ହେବ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.