ETV Bharat / state

ନାଁ ଘୋଷଣା କରି ଦେଲେ ନାହିଁ ମେଡାଲ, ଦୁଇ IPSଙ୍କୁ ମିଳିଲାନି ରାଜ୍ୟପାଳ ପଦକ - IPS POLICE MEDAL

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସର ପାଞ୍ଚ ଦିନ ପୁର୍ବରୁ ଦୁଇ ଆଇପିଏସ ଅଫିସରଙ୍କ ନାଁ ବିଜ୍ଞପ୍ତିରେ ବାହାରିଥିଲା ।

ଦୁଇ IPSଙ୍କୁ ମିଳିଲାନି ରାଜ୍ୟପାଳ ପଦକ
ଦୁଇ IPSଙ୍କୁ ମିଳିଲାନି ରାଜ୍ୟପାଳ ପଦକ (ETV Bharat)
author img

By ETV Bharat Odisha Team

Published : Jan 28, 2025, 7:09 PM IST

ଭୁବନେଶ୍ବର: ରାଜ୍ୟରେ ପୁଣି ଚର୍ଚ୍ଚାରେ ଆଉ ଦୁଇ ଜଣ ଆଇପିଏସ। ପୋଲିସ ମେଡାଲ ପାଇ ଘୋଷଣା କରି ଦେଲେ ନାହିଁ ପଦକ। ପାଞ୍ଚ ଦିନ ମଧ୍ୟରେ ପାଓ୍ବାର କରିଡର ନିଷ୍ପତି ହେଲା ଅଦଳବଦଳ। ଯାହାକୁ ନେଇ ଅଫିସର ମହଲରେ ଖେଳିଛି ଆଲୋଡନ । କି ଭୁଲ କଲେ କି ଦୁଇ ଆଇପିଏସ୍ ଅଧିକାରୀ ? କାହିଁକି ଦିଆଗଲାନି ସମ୍ମାନଜନକ ପୋଲିସ ମେଡାଲ ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ।

  • ନାଁ ଘୋଷଣା ହୋଇ ମିଳିଲାନି

ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସର ପାଞ୍ଚ ଦିନ ପୁର୍ବରୁ ଦୁଇ ଆଇପିଏସ ଅଫିସରଙ୍କ ନାଁ ବିଜ୍ଞପ୍ତିରେ ବାହାରିଥିଲା । ଗତ ୨୧ ଜାନୁଆରୀ ୨୦୨୫ରେ ବିଜ୍ଞପ୍ତିରେ ଅଗ୍ନିସେବା ବା ହୋମଗାର୍ଡ ଆଇଜି ଦୀପକ କୁମାର ଓ ଝାରସୁଗୁଡାର ବର୍ତ୍ତମାନ ଏସପି ପରମାର ସ୍ମିତ ପୁରୁଷୋତ୍ତମଙ୍କ ନାଁ ଥିଲା। ସେମାନଙ୍କୁ ୨୦୨୪ ପାଇ ରାଜ୍ୟପାଳ ପଦକ ଦେବା ପାଇଁ ଘୋଷିତ କରାଯାଇଥିଲା‌। ହେଲେ ପୂର୍ବରୁ ନା ଘୋଷଣା ହୋଇଥିବାବେଳେ ପୋଲିସ ମେଡାଲ କାର୍ଯକ୍ରମ ଦିନ କିନ୍ତୁ ଘୋଷଣା କରାଯାଇନଥିଲା। ନା ଏପରିକି ସେହି ଲିଷ୍ ରେ ଥିବା ବାକି ୧୮ ଜଣଙ୍କ ନାଁ ଘୋଷଣା କରି ମେଡାଲ ଦିଆଗଲା । ଫଳରେ ଦୁଇ ଅଫିସର କାର୍ଯ୍ୟକ୍ରମକୁ ଆସିନଥିଲେ। ଏନେଇ ଦୁଇ ଆଇପିଏସ ଅଫିସରଙ୍କ ସହ ଯୋଗାଯୋଗ କରିବା ସତ୍ତ୍ବେ ସେମାନଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ନାଁ ବିଜ୍ଞପ୍ତିରେ ବାହାରି ମିଳିଲାନି ମେଡାଲ
ନାଁ ବିଜ୍ଞପ୍ତିରେ ବାହାରି ମିଳିଲାନି ମେଡାଲ (ETV Bharat)

ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଦୁଇ ଆଇପିଏସଙ୍କ ନା ଘୋଷଣା ହେବା ପରେ ତାଲିକାରୁ ବାଦ‌ ପଡିବା ଘଟଣା ଏବେ ଅଫିସର ମହଲରେ ଚର୍ଚ୍ଚା ସୃଷ୍ଟ କରିଛି । କାହିଁକି ଦୁଇ ଆଇପିଏସ୍ ଅଫିସରଙ୍କୁ ଦେଲେ ନାହିଁ ମେଡାଲ। ଏନେଇ ପୂର୍ବତନ ପୋଲିସ ଆଇଜି ବି କେ ତ୍ରିପାଠି କହିଛନ୍ତି "ପୋଲିସ ଅଫିସରଙ୍କୁ ତାଙ୍କର କାର୍ଯ୍ୟକଳାପ ପ୍ରଶଂସନୀୟ‌ ହେଲେ ପଦକ ଦିଆଯାଏ। ଯେଉ ଅଫିସରଙ୍କୁ ପଦକ ପାଇଁ ରେକମେଣ୍ଡ କରାଯାଇଥଲା ବା ସରକାର ଘୋଷଣା କରିଥିଲେ ସେମାନେ ତାଙ୍କ କାର୍ଯ୍ୟକଳାପ ଦେଖି ବା ସମୀକ୍ଷା କରି ପଦ ପାଇଁ ଘୋଷଣା କରିଥିଲେ । ପଦକ ଘୋଷଣା ପରେ ପଦକ ନଦେବା ଏହି ପଦକରୁ ବାଦ ଦେବା ଆଶ୍ଚର୍ଯ୍ୟଜନକ ଘଟଣା ଆଗରୁ କେବେ ଦେଖି ନଥିଲି। ଯଦି କୌଣସି ଅଫିସର ବିବାଦୀୟ ବା ଅପରାଧିକ ଘଟଣାରେ ଜଡିତ ଥାନ୍ତି କିମ୍ବା କୌଣସି ପ୍ରକାର ଅଶୋଭନୀୟ କାର୍ଯ୍ୟ କରିଥାନ୍ତି ତାହା ଅଲଗା କଥା । ଯଦି ସେଭଳି ଥାନ୍ତା ତେବେ ପଦକ ଘୋଷଣା ହେଲା କେମିତି ? ଘୋଷଣା କଲା ପରେ କାହିଁକି ବାଦ ଦେଲେ ସରକାର" ?

ଏହା ମଧ୍ୟ ପଢନ୍ତୁ 'ଉତ୍କର୍ଷ ଓଡ଼ିଶା'ରେ ୫ ଲକ୍ଷ କୋଟିଠୁ ଢେର ଅଧିକ ପୁଞ୍ଜିନିବେଶ ସମ୍ଭାବନା: ମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ ଝିଅକୁ ଦୁଷ୍କର୍ମ ମାମଲାରେ ବାପାକୁ ଆଜୀବନ ଜେଲ, ୪ ବର୍ଷ ପରେ ସଜା

ଯଦି ସରକାର ଭାବିଥିବେ ଦେବାଟା ଶୋଭନୀୟ ହୋଇ ନଥିବ ତେବେ ବାଦ୍ ଦେଇଥିବେ । ଚାକିରି କରୁଛୁ କଣ ପାଇଁ । ଯଦି ସରକାରଙ୍କ ପ୍ରଶଂସା ପାଇଲୁ ଜନସାଧାରଣଙ୍କ ପ୍ରଶଂସା ପାଇଲୁ ତେବେ ସରକାର ଏହାକୁ ଅନୁଭବ କଲେ ତ ପ୍ରଶଂସା ପାଇଁ ସ୍ଥାନ ମିଳେ। ସେହିଭଳି ଲୋକେ ଭାରତରତ୍ନ ବା ପଦ୍ମଶ୍ରୀରେ ସମ୍ମାନିତ ହେଉଛନ୍ତି । ନ ହେଲେ ତ ମିଳିନଥାନ୍ତା ବୋଲି କହିଛନ୍ତି ।

ରାଜ୍ୟର ଚର୍ଚ୍ଚିତ ସ୍ମିତା ମେହେର ହତ୍ୟାକାଣ୍ଡ ଓ ନବ ଦାସ ଭଳି ହତ୍ୟାକାଣ୍ଡ ଭଳି ଘଟଣା ସମୟରେ ଉତ୍ତରାଞ୍ଚଳ ଡିଆଇଜି ଥିଲେ ଆଇପିଏସ ଦୀପକ କୁମାର । ଏପରିକି ସେହି ସମୟରେ ସ୍ମିତ ପରମାର ମଧ୍ୟ ଏସପି ଭାବେ ଦାୟିତ୍ବରେ ଥିଲେ। ତେବେ ଏହି ଘଟଣାକୁ ନେଇ ପୂର୍ବରୁ ବିଜେପି ଏହାକୁ ବିରୋଧ କରିଆସୁଥିଲା। ବର୍ତ୍ତମାନର ବିଜେପି ସରକାରକୁ ଆସିବା ପରେ ଏହି ଘଟଣା ପାଇଁ ସେତେବେଳେ ବିଜେପି ବିରୋଧ କରୁଥିବା ବେଳେ ଦୁଇ ଅଫିସରଙ୍କୁ ସେତେବେଳେ ନେଇ ପ୍ରଶ୍ନ ଉଠାଇଥିଲେ। ତେବେ ଏହି ଦୁଇ ଅଫିସରଙ୍କ ନା ମେଡାଲ ତାଲିକାରେ ଆସିବା ପରେ ଏହାକୁ ନେଇ ହଜମ କରିପାରିଲେନି କି ପାଓ୍ବାର କରିଡର ।

  • ଏହି ଆଇପିଏସ ଅଫିସର ବିବାଦରେ ଥିଲେ

ଗତ ୨୧ ତା୍ରିଖରେ ନାଁ ଘୋଷଣା କରି ମେଡାଲ ପାଇଁ ଡକରା ଦେବା ଆଉ ମେଡାଲ କାର୍ଯକ୍ରମ ଦିନ ନାଁ ଘୋଷଣା ନକରି ବାଦ ଦେବା ଏହା ଅଫିସରଙ୍କ ପ୍ରତି ଅପମାନ ନା ଆଉକିଛି। ପୂର୍ବରୁ ମଧ୍ୟ ରାଜ୍ୟର ଏହି ଦୁଇଜଣ ଆଇପିଏସ ବିବାଦ ଘେରକୁ ଆସିଥିଲେ। ନିର୍ବାଚନ ସମୟରେ ଆଇପିଏସ ଡିଏସ କୁଟ୍ଟେ ଓ ଆଶିଷ ସିଂ କୁ ନେଇ ନିର୍ବାଚନ କମିସନ କାର୍ଯ୍ୟନୁଷ୍ଠାନ ନେବା ଘଟଣାରେ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ ଦୁଇ ଅଫିସର । ଏପରିକି ଦୁଇ ଅଫିସରଙ୍କ ବିରୋଧରେ ବିଜେପି ସରକାର ଆସିବା ପରେ କାହିଁକି ସର୍ଭିସ ରୁଲ ଅନୁସାରେ ତାଙ୍କ ବିରୋଧରେ ଆକ୍ସନ ନିଯାଇବନି ସେନେଇ ମଧ୍ୟ କାରଣ ଦର୍ଶାଇବାକୁ ସରକାର ନିର୍ଦେଶ ଦେଇଥିଲେ। ପରେ ଦୁଇ ଅଫିସର ଏବେ ବିଭିନ୍ନ ସ୍ଥାନରେ ଏବେ ପୋଷ୍ଟିଂ ଅଛନ୍ତି।

  • ରାଜ୍ୟପାଳ ପୁରସ୍କାର

ଅଗଷ୍ଟ 15 ବା ଜାନୁଆରୀ 26 ପୂର୍ବରୁ ପଦକ ପାଇବାକୁ ଥିବା ପୋଲିସ ଅଧିକାରୀଙ୍କ ନାଁ ଘୋଷଣା କରାଯାଇଥାଏ। ପୋଲିସ ଅଧିକାରୀଙ୍କ ଚାକିରି କାଳରେ ଉଲ୍ଲେଖନୀୟ ପ୍ରଦର୍ଶନ, ସାଧନା, ନିଷ୍ଠା, ସଚ୍ଚୋଟତାକୁ ସ୍ବୀକୃତି ଦେବାକୁ ଯାଇ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.