ETV Bharat / technology

ଇସ୍ରୋର NVS-02 ମିଶନ ଲାଗି କାଉଣ୍ଟଡାଉନ ଆରମ୍ଭ; କେବେ ଓ କେଉଁଠି ଦେଖିବେ LIVE - HOW TO WATCH GSLV F15 LAUNCH

ଇସ୍ରୋ GSLV-F15 ବା NVS-02 ମିଶନକୁ ଆସନ୍ତାକାଲି (29 ଜାନୁଆରୀ) ସକାଳ 6:23 ଲଞ୍ଚ କରିବାକୁ ଯାଉଛି । ଶ୍ରୀହରିକୋଟାରୁ ଏହା ଐତିହାସିକ 100ତମ ଉତକ୍ଷେପଣ । ଅଧିକ ପଢନ୍ତୁ

When and where to watch Sriharikota's 100th launch LIVE
When and where to watch Sriharikota's 100th launch LIVE (Photo- ISRO)
author img

By ETV Bharat Tech Team

Published : Jan 28, 2025, 7:03 PM IST

ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) GSLV-F15 ବା NVS-02 ମିଶନକୁ ଲଞ୍ଚ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ କାଉଣ୍ଟଡାଉନ ମଧ୍ୟ ଆରମ୍ଭ ହୋଇଛି । ଏହା ଇସ୍ରୋର ଐତିହାସିକ ଲଞ୍ଚ ହେବାକୁ ଯାଉଛି, କାରଣ ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେଶ୍‌ ସେଣ୍ଟରରୁ ଏହା 100ତମ ଲଞ୍ଚ୍‌ ହେବ । ସତୀଶ ଧୱନ ସ୍ପେଶ୍‌ ସେଣ୍ଟରର ଦ୍ବିତୀୟ ଲଞ୍ଚ ପ୍ୟାଡ୍‌ (SLP)ରୁ GSLV-F15 ରକେଟ୍‌ ମାଧ୍ୟମରେ ଏହାକୁ ଲଞ୍ଚ କରାଯିବ ।

ଜିଏସଏଲଭି ବା ଜିଓସିଙ୍କ୍ରୋନସ୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେଇକିଲ ଏହାର 17ତମ ଉଡ଼ାଣରେ 2250 କିଲୋଗ୍ରାମର ସ୍ପେଶକ୍ରାଫ୍ଟକୁ ମହାକାଶକୁ ପଠାଇବ । ଏହି ପେଲୋଡ୍‌ର ନାଭିକ୍‌ ସିଷ୍ଟମର ଅଂଶ, ଯାହାକି ସ୍ବଦେଶୀ ନାଭିଗେସନ ସିଷ୍ଟମ ଚାହିଦାକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଛି । GSLV-F15 ରକେଟ୍‌ ସାହାଯ୍ୟରେ NVS-02 ସାଟେଲାଇଟ୍‌କୁ ଜିଓସିଙ୍କ୍ରୋନସ୍‌ ଟ୍ରାନ୍ସଫର ଅର୍ବିଟରେ ସ୍ଥାପନ କରାଯିବ ।

GSLV-F15 NVS-02 ଲଞ୍ଚ: କେବେ ଓ କେଉଁଠି ଦେଖିବେ ଲାଇଭ

29 ଜାନୁଆରୀ ସକାଳ 6:23ରେ ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେଶ୍‌ ସେଣ୍ଟରରୁ GSLV-F15 ରକେଟ୍‌ ସାହାଯ୍ୟରେ NVS-02 ସାଟେଲାଇଟ୍‌କୁ ଲଞ୍ଚ କରାଯିବ । ଏହାକୁ ଦେଶବାସୀ ଇସ୍ରୋର ଅଫିସିଆଲ YouTube ଚ୍ୟାନେଲରେ ଲାଇଭ୍‌ ଦେଖିପାରିବେ । ନିମ୍ନରେ ଏହାର ଭିଡିଓ ଲିଙ୍କ୍‌ ଆମେ ପ୍ରଦାନ କରିଛୁ:

GSLV-F15/NVS-02 ମିଶନ କଣ ?

GSLV-F15 ହେଉଛି ଏକ 50.9 ମିଟରର ଲମ୍ବା ରକେଟ୍‌ ଯାହାର 3ଟି ସ୍ତର ରହିଛି । ଏହାର ଉତକ୍ଷେପଣ ଦକ୍ଷତା 420.7 ଟନ୍‌ ରହିଛି । ଏହି ରକେଟ୍‌ଟି NVS-02 ସାଟେଲାଇଟ୍‌କୁ ଉତକ୍ଷେପଣ କରିବ । ଏବେ ନାଭିଗେସନ ଲାଗି ଆମେ ଆମେରିକୀୟ ନାଭିଗେସନ ସିଷ୍ଟମ GPSର ବ୍ୟବହାର କରୁଛି । ଇସ୍ରୋର ଏହି ମିଶନ ସଫଳ ହେଲେ ଏହା ବଦଳରେ ଆମେ ସ୍ବଦେଶୀ ନାଭିଗେସନ ସିଷ୍ଟମ 'ନାଭିକ୍‌'ର ବ୍ୟବହାର କରିବାରେ ସକ୍ଷମ ହେବା ।

ତେବେ NVS-02 ହେଉଛି ଭାରତର ନାଭିଗେସନ ସାଟେଲାଇଟ୍‌ର ନୂଆ ଜେନେରେସନର ଦ୍ବିତୀୟ ସାଟେଲାଇଟ୍‌ । NavICର ପ୍ରଥମ ସାଟେଲାଇଟ୍‌ ହେଉଛି NVS-01 । ଯାହାକୁ 2023 ମସିହା ମେ 29 ତାରିଖରେ GSLV-F12 ଦ୍ବାରା ଲଞ୍ଚ କରାଯାଇଥିଲା ।

ଏହା ବି ପଢନ୍ତୁ
  1. ଆସନ୍ତାକାଲି ଶ୍ରୀହରିକୋଟାରୁ 100ତମ ଲଞ୍ଚିଂ; ଜାଣନ୍ତୁ ସତୀଶ ଧୱନ ସ୍ପେଶ ଷ୍ଟେସନର ଐତିହାସିକ ଯାତ୍ରା
  2. ISROର ସେଞ୍ଚୁରୀ; ଜାନୁଆରୀ 29ରେ ଶ୍ରୀହରିକୋଟାରୁ 100ତମ ଲଞ୍ଚ୍‌ ପାଇଁ ପ୍ରସ୍ତୁତି ଆରମ୍ଭ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.