ETV Bharat / state

ଦୁଇ ଦିନ ପରେ ରାଜ୍ୟରେ ଟାଇଁ ଟାଇଁ ଖରା, ଜଳିବ ଉପକୂଳ ଓଡିଶା - WEATHER UPDATE

ବର୍ଦ୍ଧିତ ତାପମାତ୍ରାକୁ ନେଇ ରାଜ୍ୟରେ ଜାନୁଆରୀରେ ଅନୁଭବ ହେବ ଅସ୍ୱାଭାବିକ ଗରମ ବୋଲି ପୂର୍ବାନୁମାନ ପାଣିପାଗ ବିଭାଗ।

ଜଳିବ ଉପକୂଳ ଓଡିଶା
ଜଳିବ ଉପକୂଳ ଓଡିଶା (ETV Bharat)
author img

By ETV Bharat Odisha Team

Published : Jan 28, 2025, 7:46 PM IST

ଭୁବନେଶ୍ବର: ଆସନ୍ତା ଦୁଇ ଦିନ ପରେ ରାଜ୍ୟରେ ହେବ ଟାଇଁ ଟାଇଁ ଖରା । ରାଜ୍ୟରେ ଅନୁଭବ ହେବ ଅସ୍ୱାଭାବିକ ଗରମ । ଆସନ୍ତା ଦୁଇ ଦିନ ପରେ ରାଜ୍ୟରେ ହେବ ଟାଇଁ ଟାଇଁ ଖରା । ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଉପକୂଳ ଓଡ଼ିଶାରେ ଅଧିକ ବଢିବ ପାରଦ। ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ତାପମାତ୍ରା । ବର୍ଦ୍ଧିତ ତାପମାତ୍ରାକୁ ନେଇ ରାଜ୍ୟରେ ଜାନୁଆରୀରେ ଅନୁଭବ ହେବ ଅସ୍ୱାଭାବିକ ଗରମ ବୋଲି ପୂର୍ବାନୁମାନ ପାଣିପାଗ ବିଭାଗ। ତେବେ ଆଜି ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ବଢିଛି । କିଛି ସ୍ଥାନରେ ଗରମ ଅନୁଭବ ହୋଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

  • ଆଗାମୀ ଦିନ ପାଇଁ ୱାର୍ଣ୍ଣିଂ

୨୯ ଓ ୩୦ ତାରିଖରେ ୪ ଜିଲ୍ଲା ଗଞ୍ଜାମ, ଗଜପତି, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ୩ ଦିନ ପାଇଁ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକରେ ଦୃଶ୍ୟମାନର ଦୂରତା ୫୦ ମିଟର ରହିବ । କିଛିକିଛି ସ୍ଥାନରେ ଜିରୋ ଭିଜିବିଲିଟି ରହିବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମୁଖ୍ୟତଃ ଭୋର ସମୟ ଅଧିକ ସତର୍କ ରହିବା ପାଇଁ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ସେହିପରି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ମଧ୍ୟ ଦେଖାଯିବ । ତାପମାତ୍ରା ବୃଦ୍ଧି ସହ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଅସ୍ତବ୍ୟସ୍ତ କରିବ ଘନ କୁହୁଡି । ଆଜି ରାତି ଦୁଇଟାରୁ କାଲି ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡି ନେଇ ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଯାଜପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନୟାଗଡ ଏବଂ ଗଞ୍ଜାମ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ସେହିଭଳି ୩୦ ତାରିଖରେ ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ ଗଞ୍ଜାମକୁ ଘନ କୁହୁଡି ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଏହି ସବୁ ଜିଲ୍ଲାରେ ୫୦ ମିଟରରୁ କମ୍ ରହିବ ଦୃଶ୍ୟମାନ କ୍ଷମତା । କିଛି ସ୍ଥାନରେ ଜିରୋ ଭିଜିବିଲିଟି ଅନୁଭୁତ ହେବା ନେଇ ସତର୍କତା ଜାରି କରାଯାଇଛି ।

ଜଳିବ ଉପକୂଳ ଓଡିଶା
ଜଳିବ ଉପକୂଳ ଓଡିଶା (ETV Bharat)
  • ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା

ଅନ୍ଯପଟେ ଗତ ୨୪ ଘଣ୍ଟା ମଧ୍ୟରେ ପାରଳାଖେମୁଣ୍ଡିରେ ସର୍ବାଧିକ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ରାଉରକେଲାରେ ସର୍ବନିମ୍ନ ୮.୨ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଦେଶରେ ଘନ କୁହୁଡି ତାଲିକାରେ ପାରାଦୀପ, ଗୋପାଳପୁର, ପୁରୀରେ ଜିରୋ ଭିଜିବିଲିଟି ରହିଛି । ଭୁବନେଶ୍ବର ବିମାନ ବନ୍ଦରରେ ବି ଆଜି ୧୦୦ ମିଟର ରହିଥିଲା ଦୃଶ୍ୟମାନ ଦୂରତା ।

ଜଳିବ ଉପକୂଳ ଓଡିଶା
ଜଳିବ ଉପକୂଳ ଓଡିଶା (ETV Bharat)
  • ଟ୍ବିନସିଟିରେ ବଢିଛି ତାପମାତ୍ରା

ଜାନୁଆରୀ 25 ଯାଏଁ ଟ୍ବିନସିଟିରେ ପାଗ ମୁଖ୍ୟତଃ ଶୁଖିଲା ରହିବା ନେଇ ପାଣିପାଗ ବିଭାଗ ଅନୁମାନ କରିଥିଲା । ଟ୍ବିନସିଟିରେ ଦିନ ତାପମାତ୍ରା ସର୍ବୋଚ୍ଚ 34 ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଥିଲା । ସେହିପରି ରାତି ତାପମାତ୍ରା 15 ରୁ 16 ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଥିଲା । ରାଜଧାନୀ ଭୁବନେଶ୍ବରରେ ଦିନ ତାପମାତ୍ରା 30 ରୁ 34 ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିବାବେଳେ ରାତି ତାପମାତ୍ରା 16 ରୁ 19 ଡିଗ୍ରୀ ପର୍ଯ୍ୟନ୍ତ ରହିଥିଲା । ସେହିପରି କଟକରେ ଦିନ ତାପମାତ୍ରା 30 ରୁ 32 ଡିଗ୍ରୀ ପର୍ଯ୍ୟନ୍ତ ରହିବାବେଳେ ରାତି ତାପମାତ୍ରା 15 ରୁ 18 ଡିଗ୍ରୀ ପର୍ଯ୍ୟନ୍ତ ରହିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.