ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟି-20 ସିରିଜର ଆଜି ତୃତୀୟ ମ୍ୟାଚ ଖେଳାଯିବ । ରାଜକୋଟରେ ସନ୍ଧ୍ୟା 7ଟାରେ ଏହି ମ୍ୟାଚ ଖେଳାଯିବ । ଏହି ମ୍ୟାଚ ପାଇଁ ଭାରତୀୟ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ହେଡ୍ କୋଚ ଗୌତମ ଗମ୍ଭୀର ପ୍ଲେଇଂ 11ରେ ପରିବର୍ତ୍ତନ କରିପାରନ୍ତି । ଇଂଲଣ୍ଡ ବିପକ୍ଷ ଆଜିର ଅନ୍ତିମ ଏକାଦଶରେ ଜଣେ ନୁଦେଁ ଦୁଇ ଜଣ ବାଦ ପଡିପାରନ୍ତି । ତେବେ ପ୍ରଥମ ଦୁଇଟି ମ୍ୟାଚରେ ଭାରତ ବିଜୟୀ ହୋଇ ସିରିଜରେ 2-0ରେ ଆଗରେ ରହିଛି ।
ଟିମ୍ ଇଣ୍ଡିଆ ପ୍ଲେଇଁ 11ରେ ଦୁଇଟି ପରିବର୍ତ୍ତନ ?
ଏହି ମ୍ୟାଚ୍ରେ ଧ୍ରୁବ ଜୁରେଲଙ୍କ ସ୍ଥାନରେ ଶିବମ୍ ଦୁବେଙ୍କୁ ସୁଯୋଗ ଦିଆଯାଇପାରେ । ଆହତ ରିଙ୍କୁ ସିଂହଙ୍କ ସ୍ଥାନରେ ଜୁରେଲଙ୍କୁ ସୁଯୋଗ ମିଳିଥିଲା । ଦ୍ରୁତ ବୋଲିଂ ଅଲରାଉଣ୍ଡର ରମଣଦୀପ ସିଂହଙ୍କୁ ମଧ୍ୟ ପ୍ଲେଇଂ-୧୧ରେ ସାମିଲ କରାଯାଇପାରେ । ଭାରତ ରାଜକୋଟ ପିଚ୍ରେ 3 ଜଣ ସ୍ପିନରଙ୍କୁ ନେଇପାରେ । ଏପରି ପରିସ୍ଥିତିରେ ରବି ବିଷ୍ଣୋଇ ଏବଂ ୱାଶିଂଟନ ସୁନ୍ଦରଙ୍କ ମଧ୍ୟରୁ ଜଣଙ୍କୁ ବାଦ୍ ଦେଇ ରମଣଦୀପଙ୍କୁ ପ୍ଲେଇଂ-11ରେ ସ୍ଥାନ ଦିଆଯାଇପାରିବ । ନୀତିଶ କୁମାର ରେଡ୍ଡୀ ଆହତ ହୋଇ ସିରିଜରୁ ବାଦ ପଡ଼ିବା ପରେ ରମଣଦୀପଙ୍କୁ ଦଳରେ ସୁଯୋଗ ଦିଆଯାଇଛି।
— BCCI (@BCCI) January 28, 2025
ଏହି ଦୁଇ ଖେଳାଳିଙ୍କୁ ସେମାନଙ୍କ କାର୍ଡରୁ କାଟି ଦିଆଯାଇପାରେ
ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟି-20 ମ୍ୟାଚ୍ରେ ଭାରତ ନୀତିଶ କୁମାର ରେଡ୍ଡୀ ଏବଂ ରିଙ୍କୁ ସିଂହଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦର ଏବଂ ଧ୍ରୁବ ଜୁରେଲଙ୍କୁ ଖେଳାଇଥିଲା । ଧ୍ରୁବ ଭଲ ପ୍ରଦର୍ଶନ କରିପାରିଲେ ନାହିଁ, କିନ୍ତୁ ସୁନ୍ଦରଙ୍କ ପ୍ରଦର୍ଶନ ଭଲ ଥିଲା। ଏବେ ଏହି ଦୁଇଜଣଙ୍କ ସ୍ଥାନରେ ଶିବମ୍ ଦୁବେ ଏବଂ ରମଣଦୀପ ସିଂହଙ୍କୁ ସ୍ଥାନ ଦିଆଯାଇପାରେ ।
The right energy 🔋
— BCCI (@BCCI) January 28, 2025
The perfect synergy 🌀#TeamIndia 🇮🇳 all in readiness for the 3rd T20I in Rajkot 💪🏻#INDvENG | @IDFCFIRSTBank pic.twitter.com/VcaEIEHpC7
ଭାରତର ସମ୍ଭାବ୍ୟ ପ୍ଲେଇଂ-୧୧: ସଞ୍ଜୁ ସାମସନ (ୱିକେଟକିପର), ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରମଣଦୀପ ସିଂହ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ।
ଇଂଲଣ୍ଡର ପ୍ଲେଇଂ-୧୧: ବେନ୍ ଡକେଟ, ଫିଲିପ୍ ସଲ୍ଟ (ୱିକେଟକିପର), ଜସ୍ ବଟଲର୍ (ଅଧିନାୟକ), ହ୍ୟାରି ବ୍ରୁକ୍, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଜେମି ସ୍ମିଥ୍, ଜେମି ଓଭରଟନ୍, ବ୍ରାଇଡନ୍ କାର୍ସେ, ଜୋଫ୍ରା ଆର୍ଚର, ଆଦିଲ୍ ରସିଦ୍, ମାର୍କ ଉଡ୍।