ପ୍ରଧାନମନ୍ତ୍ରୀଙ୍କୁ ନିଆରା ଶୁଭେଚ୍ଛା, 73ତମ ଜନ୍ମଦିନରେ 73 ପ୍ରତିକୃତି କଲେ ଶିଳ୍ପୀ - ମୋଦିଙ୍କ 73ଟି ପ୍ରତିକୃତି
🎬 Watch Now: Feature Video

Published : Sep 17, 2023, 9:58 AM IST
ପୁରୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । 73 ତମ ଜନ୍ମଦିନ ଅବସରରେ ମୋଦିଙ୍କ 73ଟି ପ୍ରତିକୃତି ତିଆରି କରି ଶୁଭେଚ୍ଛା ଜଣାଇଛନ୍ତି ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ । ଏକ ଗୋଲାକାର ଆକୃତିରେ ସେ ପ୍ରଧାନମନ୍ତ୍ରୀଙ୍କ 73ଟି ପ୍ରତିକୃତି ତିଆରି କରିଛନ୍ତି । ଏହାକୁ ତିଆରି କରିବାକୁ ଶ୍ରୀଧର ଦାସଙ୍କୁ ଲାଗିଥିଲା 15 ଦିନ । ପୁରୀ ଅଠରନଳାର ନିବାସୀ ଶ୍ରୀଧର ନରେନ୍ଦ୍ର ମୋଦିଙ୍କ ଜଣେ ବଡ ପ୍ରଶଂସକ। ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ କହିଛନ୍ତି ଯେ, ନରେନ୍ଦ୍ର ମୋଦି ଭାରତର ଜଣେ ସଫଳତମ ପ୍ରଧାନମନ୍ତ୍ରୀ । ତାଙ୍କ କାର୍ଯ୍ୟ କାଳ ସମୟରେ ସେ ଦେଶକୁ ଯେତିକି ଆଗକୁ ନେଇଛନ୍ତି ସାଧାରଣ ନାଗରିକ ତାଙ୍କ ଉପରେ ଖୁସି । ମୋଦି ତାଙ୍କ କାର୍ଯ୍ୟକାଳରେ ଭାରତର ଗୌରବ, ସମ୍ମାନ ସାରା ବିଶ୍ଵରେ ବୃଦ୍ଧି ପାଇଛି । ଭାରତକୁ ବିଶ୍ବରେ ଏକ ନମ୍ବର କରିବା ପାଇଁ ସେ ସବୁ ପ୍ରକାର ଉଦ୍ୟମ କରୁଛନ୍ତି । ମୋଦିଙ୍କ 73ଟି ପ୍ରତିକୃତି ତିଆରି କରି ମୁଁ ଜନ୍ମଦିନର ଶୁଭେଚ୍ଛା ଜଣାଉଛି । ଏହାକୁ ତିଆରି କରିବାକୁ ମୋତେ 15 ଦିନ ସମୟ ଲାଗିଥିଲା । ତାଙ୍କର ଦୀର୍ଘାୟୁ କାମନା କରି ମୁଁ ଜଗନ୍ନାଥଙ୍କ ନିକଟରେ କାମନା କରୁଛି।
ଇଟିଭି ଭାରତ, ପୁରୀ