ଶେଷ ହେଲା ଅର୍ପଣ ରଥ ଶୋଭାଯାତ୍ରା, ଅକ୍ଷତ ଚାଉଳ ଓ ଗୁଆ ଯିବ ଶ୍ରୀକ୍ଷେତ୍ର - Parikrama Project
🎬 Watch Now: Feature Video
Published : Jan 11, 2024, 5:26 PM IST
Arpana Ratha Rally: ନିଆଳି: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ରାଜ୍ୟରେ ବୁଲୁଛି ଅର୍ପଣ ରଥ । ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ଜାନୁଆରୀ 6 ତାରିଖ ଠାରୁ ସାରା ଓଡ଼ିଶାରେ ଅର୍ପଣ ରଥ ପରିକ୍ରମା ଆରମ୍ଭ କରିଥିଲା । ପ୍ରତି ବ୍ଲକରୁ ଶୁଭାରମ୍ଭ ହୋଇଥିବା ଏହି ଅର୍ପଣ ରଥ ପ୍ରତି ପଞ୍ଚାୟତରେ ଥିବା ଗାଁ ଗାଁ ବୁଲି ଲୋକଙ୍କ ଠାରୁ ଗୁଆ ଓ ଅରୁଆ ଚାଉଳ ସଂଗ୍ରହ କରୁଛି । ତେବେ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକରେ ଶେଷ ହୋଇଛି ଅର୍ପଣ ରଥ ଶୋଭାଯାତ୍ରା ।
ଏହା ମଧ୍ୟ ପଢ଼ନ୍ତୁ.... ପରିକ୍ରମା କରୁଛି ଅର୍ପଣ ରଥ, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ଭବାନୀପାଟଣା
ବ୍ଲକର ୧୪ ଗୋଟି ପଞ୍ଚାୟତରେ ଜଗନ୍ନାଥଙ୍କ ଅର୍ପଣ ରଥକୁ ସୁସଜ୍ଜିତ କରାଯାଇ ପଞ୍ଚାୟତର ଦେବ ପୀଠ ଠାରୁ ଯାତ୍ରା ଆରମ୍ଭ ହୋଇ ଗାଁକୁ ଗାଁ ଯାଇ ସଂଗ୍ରହ ହୋଇଛି ଅକ୍ଷତ ଅରୁଆ ଚାଉଳ ଏବଂ ଗଳି ଗୁଆ । ଗାଁ ଦାଣ୍ଡ ଗୁଡ଼ିକ ଝୋଟି ମୁରୁଜରେ ସଜା ହୋଇଥିବା ବେଳେ କଳସ ବସାଇ ଧୂପ ଦୀପରେ ଜଗନ୍ନାଥଙ୍କ ଅର୍ପଣ ରଥକୁ ବନ୍ଦାପନା କରି ସ୍ବାଗତ କରାଯାଇଥିଲା । ହରିବୋଲ, ହୁଳହୁଳି ସାଙ୍ଗକୁ ଶଙ୍ଖ, ମୃଦଙ୍ଗ ଏବଂ ଜୟ ଜଗନ୍ନାଥ ଧ୍ବନିରେ ଝୁମିଉଠୁ ଥିଲା ପରିବେଶ । ଗାଁ ମାନଙ୍କରେ ଏକ ପ୍ରକାରର ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା । ତେବେ ୧୭ ତାରିଖ ଦିନ ବିଭିନ୍ନ ପଞ୍ଚାୟତରୁ ସଂଗ୍ରହ କରାଯାଇଥିବା ଚାଉଳ ଓ ଗୁଆକୁ ଶ୍ରୀମନ୍ଦିର ଅଭିମୁଖେ ପଠାଇବାର ବ୍ୟବସ୍ଥା ରହିଛି । ଜନପ୍ରତିନିଧି, ବ୍ଲକ ପ୍ରଶାସନ ଓ ଜନ ସାଧାରଣଙ୍କର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ସଫଳ ଭାବରେ ସମାପନ ହୋଇଛି ।
ଇଟିଭି ଭାରତ, ନିଆଳି