ଅଟୋରିକ୍ସାରେ ପହଞ୍ଚିଲେ ଏ ଆର ରେହମାନ, ନାଗର ଦରଘା ମହୋତ୍ସବରେ ଦେଲେ ଯୋଗ
🎬 Watch Now: Feature Video
Published : Dec 25, 2023, 6:20 AM IST
A R Rahman spotted in Auto Rickshaw:
ଚେନ୍ନାଇ: ଅଟୋରିକ୍ସାରେ ପହଞ୍ଚିଲେ ଏ ଆର ରେହମାନ । କନ୍ଧୁରୀ ଫେଷ୍ଟିଭାଲରେ ସାମିଲ ହେବାକୁ ସେ ଅଟୋରିକ୍ସାରେ ଆସିଥିବା ଦେଖିବାକୁ ମିଳିଛି । ତେବେ ଓସ୍କାର ପୁରସ୍କାର ବିଜେତା ମାରୁନ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସେ ଏକ କୁର୍ତ୍ତା ପିନ୍ଧିଥିବାର ନଜର ଆସିଥିଲେ । ତେବେ କାନ୍ଧୁରୀ ମହୋତ୍ସବ ହେଉଛି ଏକ ଇସଲାମୀୟ ପର୍ବ, ଯାହାକି ୧୪ ଦିନ ଧରି ପାଳନ ହୋଇଥାଏ । ଏହାକୁ 'ନାଗର ଦରଘା ମହୋତ୍ସବ' ମଧ୍ୟ କୁହାଯାଏ।
ଏହା ମଧ୍ୟ ପଢନ୍ତୁ... ଧାର୍ମିକ ଏକତାର ନିଦର୍ଶନ: ହନୁମାନ ଚାଳିଶା ଓ ଗାୟତ୍ରୀ ମନ୍ତ୍ର ପାଠକଲେ ମୁସଲିମ ଛାତ୍ର
ଇସଲାମୀୟ ସୁଫି ସାଧୁ ହଜରତ ସୟଦଙ୍କ ୧୩ତମ ବଂଶଧର ସନ୍ଥ ଶାହଲ ହମିଦଙ୍କ ମୃତ୍ୟୁ ବାର୍ଷିକୀର ପ୍ରଥମ ଦିନରୁ ଆରମ୍ଭ କରି ୧୪ ଦିନ ବ୍ୟାପୀ ଏହି ପର୍ବ ପାଳନ କରାଯାଏ । ଲୋକକଥା ଅନୁଯାୟୀ, ଷୋଡ଼ଶ ଶତାବ୍ଦୀର ଥାନଜାଭୁରର ହିନ୍ଦୁ ରାଜା ଅଚ୍ୟୁତାପ୍ପା ନାୟାକାଙ୍କ ଶାରୀରିକ ଅସୁସ୍ଥତାକୁ ସେ ଭଲ କରିଦେଇଥିଲେ । ଯାହା ଇତିହାସରେ ଲିପିବଦ୍ଧ ହୋଇ ରହିଛି । ତାଙ୍କୁ ସମ୍ମାନପୂର୍ବକ ୧୪ ଦିନ ଧରି ଏହି ପର୍ବ ପାଳନ କରିଥାଆନ୍ତି ଇସଲାମ ଧର୍ମାବଲମ୍ବୀ ।