Virat-Anushka Visits Mahakaleshwar temple: ମହାକାଳଙ୍କ ଶରଣରେ ବିରୁଷ୍କା - ମହାକାଳେଶ୍ବର ମନ୍ଦିରରେ ନଜର ଆସିଲେ ବିରୁଷ୍କା
🎬 Watch Now: Feature Video
ଭୋପାଳ: ତୀର୍ଥସ୍ଥାନ ଭ୍ରମଣରେ ବ୍ୟସ୍ତ ରହିଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହଲି । ବୃନ୍ଦାବନ, ଋଷିକେଶ ପରେ ଏବେ ମହାକାଳେଶ୍ବର ମନ୍ଦିରରେ ନଜର ଆସିଲେ ଏହି ଷ୍ଟାର ଦମ୍ପତି । ମଧ୍ୟପ୍ରଦେଶର ଉଜୈନରେ ଥିବା ଏହି ପବିତ୍ର ଶୈବପୀଠରେ ମହାକାଳଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ଅନୁଷ୍କା ଓ କୋହଲି । ଯାହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ।
ଯେଉଁଥିରେ କେହଲି ଓ ଅନୁଷ୍କା ମନ୍ଦିର ଦ୍ବାର ନିକଟରେ ବସିଥିବା ଦେଖିବାକୁ ମିଳିଛି । ଅନୁଷ୍କା ଗୋଲାପୀ ରଙ୍ଗର ଏକ ଶାଢୀ ପରିଧାନ କରିଥିବା ବେଳେ କୋହଲି ଧୋତି ପରିଧାନ କରିଥିବା ଦେଖିବାକୁ ମିଳିଛି । ଉଭୟଙ୍କୁ ଦେଖିବାକୁ ମନ୍ଦିରରେ ମଧ୍ୟ ଭିଡ ଜମିଥିଲା । ତେବେ ଅନୁଷ୍କା ତାଙ୍କ ଝିଅକୁ ଏହି ଯାତ୍ରାରେ ସାମିଲ କରିଛନ୍ତି ନା ନାହିଁ ତାହା ଜଣାପଡିନାହିଁ । ଏହା ପୂର୍ବରୁ ନୂଆ ନୂଆ ବିବାହ କରିଥିବା କେ.ଏଲ୍ ରାହୁଲ ଓ ଆଥିୟା ଶେଟ୍ଟୀ ମଧ୍ୟ ମହାକାଳେଶ୍ବର ମନ୍ଦିର ପରିଦର୍ଶନ କରି ମହାକାଳଙ୍କ ଆଶୀର୍ବାଦ ନେଇଥିଲେ ।
ପ୍ରଥମ ଥର ପାଇଁ ଏହି ନବ ଦମ୍ପତି ନିଜ ବୈବାହିକ ଜୀବନ ଯାତ୍ରା ପାଇଁ ବାବା ମହାକାଳଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥିଲେ । କେ.ଏଲ୍ ରାହୁଲ ନିଜ କ୍ରିକେଟ କମିଣ୍ଟମେଣ୍ଟ ପାଇଁ ମଧ୍ୟପ୍ରଦେଶରେ ରହିଥିବା ବେଳେ ପ୍ରଥମେ ମହାକାଳେଶ୍ବର ମନ୍ଦିରକୁ ଯାଇଥିଲେ । ସେଠାରେ ପୁରୋହିତଙ୍କ ଦ୍ବାରା ଆଥିୟା ଏବଂ କେ.ଏଲ୍ ରାହୁଲ ବାବା ମହାକାଳଙ୍କୁ ପୂଜା କରିଥିଲେ ।