ଅନୁଭବଙ୍କ ନୂଆ ଭିଡିଓ, ବର୍ଷା ନୁହେଁ ସମସ୍ୟା ବିଷୟରେ ଲୋଡିଲେ ମତ

By

Published : Jul 16, 2023, 7:15 AM IST

thumbnail

କଟକ: ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ଏଥର ପାରିବାରିକ କଳହ ମାମଲା ପାଇଁ ନୁହେଁ ବରଂ ନିଜେ ରହୁଥିବା ଫ୍ଲାଟରେ ବିଭିନ୍ନ ସମସ୍ୟା ନେଇ ଉଠାଇଲେ ପ୍ରଶ୍ନକୁ ନେଇ । ସେ ରହୁଥିବା ଫ୍ଲାଟରେ ଯେଉଁ ପ୍ରକାର ଅବ୍ୟବସ୍ଥା ରହଛି ତାହା ଉପରେ ଏକ ଭିଡିଓ ଜାରି କରି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି ଅନୁଭବ । କଟକ ଖାନ ନଗର ଶ୍ରୀକୁଞ୍ଜ ଆପାର୍ଟମେଣ୍ଟରେ ନିଜେ ରହୁଥିବା ଫ୍ଲାଟରେ ଲିଫ୍ଟ ନିକଟରେ ଏକ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ଼ କରିଛନ୍ତି । ଯେଉଁଥିରେ ଲିଫ୍ଟରେ ଯିବା ପାଇଁ ଅନେକ ଗୁଡ଼ିଏ ସର୍ତ୍ତାବଳି ଗୁଡ଼ିକୁ ଭିଡିଓ ମାଧ୍ୟମରେ ଦେଖାଇ ଏହା କେତେଦୂର ଠିକ୍ କିମ୍ବା ଭୁଲ ବୋଲି ଦର୍ଶକ ମାନଙ୍କୁ ପ୍ରଶ୍ନ କରିଛନ୍ତି । ଲିପ୍ଟରେ ଥିବା 10ଟି ରୁଲକୁ ସେ କହିବା ସହ ଏହି ରୁଲ ଏକ ଚୁଚିନ୍ତା ବୋଲି ସେ ଭିଡିଓରେ ପ୍ରକାଶ କରିଛନ୍ତି । ଏହାସହ ଏପରି ରୁଲ ରହିବା କେତେ ଦୂର ଠିକ୍ ତାହା ପ୍ରଶ୍ନ କରିଛନ୍ତି ଅନୁଭବ ।  

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.