ଦେବ ଦୀପାବଳି ୨୦୨୩: ବାରଣାସୀରେ ଗଙ୍ଗା ଆଳତୀ ଦେଖିଲେ ୭୦ ଦେଶର ରାଷ୍ଟ୍ରଦୂତ - ବାରଣାସୀରେ ଗଙ୍ଗା ଆଳତୀ ଦେଖିଲେ ବିଦେଶୀ

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 27, 2023, 6:13 PM IST

ଲକ୍ଷ୍ନୌ: ଆଜି (ସୋମବାର) ଧର୍ମ ମାସ କାର୍ତ୍ତିକର ଶେଷ ଦିନ ତଥା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ହିନ୍ଦୁ ଧର୍ମର ଏହି ମହାନ ପର୍ବକୁ ସାରା ଦେଶରେ ପାଳିତ ହୋଇଛି । ଆଞ୍ଚଳିକ ପରମ୍ପରା ଅନୁସାରେ ଏହି ପବିତ୍ର ଦିବସକୁ ପାଳନ କରିଛନ୍ତି ହିନ୍ଦୁ ଧର୍ମାବଲମ୍ବୀ । ଆଜିର ଦିନକୁ ଦେବ ଦୀପାବଳି ମଧ୍ୟ କୁହାଯାଏ । ବିଶ୍ବାସ ରହିଛି ଏହି ପବିତ୍ର ଦିନରେ ଧରଣୀ ପୃଷ୍ଠରେ ଅବତରଣ କରନ୍ତି ଦେବାଦେବୀ । ଏହି ଅବସରରେ ବାରଣାସୀରେ ୧୨ ଲକ୍ଷ ଦ୍ବୀପ ପ୍ରଜ୍ଜ୍ବଳନ ହେବାର ବ୍ୟବସ୍ଥା ରହିଛି । ଏହାସହ ବାରଣାସୀରେ କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ସ୍ବତନ୍ତ୍ର ଗଙ୍ଗା ଆଳତୀ ହୋଇଥିବା ବେଳେ ଏହାକୁ ଉପଭୋଗ କରିଛନ୍ତି ପ୍ରାୟ ୭୦ ଦେଶର କୂଟନୈତିଜ୍ଞ, ରାଷ୍ଟ୍ରଦୂତ ଏବଂ ୧୫୦ ବିଦେଶୀ ପ୍ରତନିଧି ଓ ପରିବାର । ଏହି ଅବସରରେ ଗଙ୍ଗା ଆଳତୀର ଦୁର୍ଲଭ ଦୃଶ୍ୟର ସାକ୍ଷୀ ସାଜିଛନ୍ତି ଏହି ବିଦେଶୀ ପ୍ରତିନିଧି । ଏହି ଅତିଥିମାନେ ଅପରାହ୍ନରେ ନମୋ ଘାଟରୁ ବିମାନ ଯୋଗେ ଘାଟରେ ପହଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ବାଗତ କରିଛନ୍ତି । ଏହାପୂର୍ବରୁ ଏହି ବିଦେଶୀଙ୍କ ଆଗମନକୁ ଦୃଷ୍ଟିରେ ରଖି ବିମାନବନ୍ଦରରୁ ଘାଟ ପର୍ଯ୍ୟନ୍ତ ରାସ୍ତାକଡ଼କୁ ରଙ୍ଗ ବେରଙ୍ଗର ପୁଷ୍ପରେ ସୁସଜ୍ଜିତ କରାଯାଇଥିଲା । ଆଳତୀ ପରେ ଅତିଥିମାନେ ଲେଜର ଶୋ'ର ମଧ୍ୟ ଉପଭୋଗ କରିବେ ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.