କପିଳାଶରେ ଶ୍ରଦ୍ଧାଳୁଙ୍କୁ ଶୋଷଣ ଅଭିଯୋଗ, ବଢୁଛି ଅସନ୍ତୋଷ - ଶୈବପୀଠ ଢେଙ୍କାନାଳ
🎬 Watch Now: Feature Video
ଢେଙ୍କାନାଳ: ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠ ଢେଙ୍କାନାଳର କପିଳାଶ ପୀଠରେ ଶ୍ରଦ୍ଧାଳୁଙ୍କୁ ବେଆଇନ ଭାବେ ଶୋଷଣ କରାଯାଉଥିବା ଅଭିଯୋଗ । ବିଶେଷ କରି ଶ୍ରାବଣ ମାସର ସୋମବାର ମାନସିକ ଧାରୀ କାଉଡ଼ିଆମାନଙ୍କ ସମାଗମକୁ ନେଇ କିଛି ଅସାମାଜିକ ପ୍ରଶାସନିକ ଅଧିକାରୀମାନେ ମନ ଇଚ୍ଛା ବିଭିନ୍ନ ଫି ଆଦାୟ କରୁ୍ଥିବା ଅଭିଯୋଗ ଆସିଛି । କେହି ଅଭିଯୋଗ ଉଠାଇଲେ ସେମାନଙ୍କୁ ନାନା ନିର୍ଯ୍ୟାତନା ଦେବାରେ ପଛଉନାହାନ୍ତି କିଛି ସ୍ଥାନୀୟ ଯୁବକ । ଏସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ କୁ ଯେତେ ଅଭିଯୋଗ କଲେ କେହି ଶୁଣୁନଥିବା ଶ୍ରଦ୍ଧାଳୁମାନେ କହିଛନ୍ତି ।
ଅଭିଯୋଗ ମୁତବିକ ଶ୍ରଦ୍ଧାଳୁମାନେ ଆସୁଥିବା ଯାନ ବାହନ ଗୁଡିକରୁ ସର୍ବ ସାଧାରଣ ରାସ୍ତା ଉପରେ ଅଟକାଇ ମନଇଚ୍ଛା ଟଙ୍କା ଜୋର୍ ଜବରଦସ୍ତ ଆଦାୟ କରାଯାଉଛି । କପିଳାସ ପାହାଡ ଉପରକୁ ଯାନ ବାହନ ଗଲେ ଦେବୋତ୍ତର ତରଫରୁ ଟୋଲ ଗେଟ୍ ନିଲାମ ଦିଆ ଯାଇଛି । ଫଳରେ କେବଳ ଯେଉଁ ଗାଡି ଗୁଡିକ ପାହାଡ ଉପରକୁ ଯାଉଛି ତାଠାରୁ ଟୋଲ ଆଦାୟ କରାଯିବ କଥା । କିନ୍ତୁ ଯେଉଁ ଗାଡି ଗୁଡିକ କପିଳାସ ପାହାଡ ଉପରକୁ ଯାଉନାହିଁ ସେହି ଗାଡି ଗୁଡିକ ଠାରୁ ଟୋଲ ଫିସ ଆଦାୟ କରାଯାଉଛି ବୋଲି ଅଭିଯୋଗ ହେଉଛି। ପାର୍କିଂ ସ୍ଥଳ ମଧ୍ୟ ନିଲାମ ହୋଇଛି । ସେଠାରୁ ମଧ୍ୟ ମୋଟା ଅଙ୍କର ଟଙ୍କା ଅଦାୟ କରିଥିବା ଅଭିଯୋଗ ହୋଇଛି ।
ଇଟିଭି ଭାରତ, ଢେଙ୍କାନାଳ