ପ୍ରଭାତରୁ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ

🎬 Watch Now: Feature Video

thumbnail

By

Published : Mar 15, 2023, 6:39 AM IST

କେନ୍ଦୁଝର: ସିନ୍ଦୁରା ମୁହିଁ ସେ ମାଆ ତାରିଣୀ... ଘଟଗାଁ ରାଣୀ ଦୁଃଖ ହାରିଣୀ । ମାଆ ତାରିଣୀଙ୍କ ମହିମା ଅପାର । ତାଙ୍କ ଶରଣରେ ସବୁ ଦୁଃଖ ଦୂର ହୁଏ ।କାହିଁ କେତେ ଦୂରରୁ ଭକ୍ତଟିଏ ଚାଲିଆସେ ମାଆ ପାଖକୁ । ମାଆଙ୍କ ଆଳତୀ ଦର୍ଶନ କଲେ ଦିନ ଶୁଭମୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ତେଣୁ ସକାଳୁ ସକାଳୁ ମାଆଙ୍କ ଦିବ୍ୟ ଆଳତୀ ଦର୍ଶନ କରିବାକୁ ଭକ୍ତଙ୍କ ଭିଡ ଜମିଥାଏ । ପ୍ରତିଦିନ ପରି ଆଜି ମଧ୍ୟ ଘଟଗାଁ ପୀଠରେ ମାଆ ତାରିଣୀଙ୍କ ଆଳତୀ ହୋଇଛି । 

କେନ୍ଦୁଝର ଜିଲ୍ଲା ପ୍ରସିଦ୍ଧ ଘଟଗାଁ ପୀଠରେ ପ୍ରତିଦିନ ପ୍ରଭାତରୁ ଅଧିଷ୍ଠାତ୍ରୀ ମାଆ ତାରିଣୀଙ୍କର ଦିବ୍ୟ ଆଳତୀ କରାଯାଏ । ପ୍ରଭାତରୁ ମନ୍ଦିର ପୂଜକ ଓ ସେବାୟତ ମାଆଙ୍କ ଦିବ୍ୟ ଆଳତୀ କରଥାନ୍ତି । ନାଲି ସିନ୍ଦୁର ଓ ମନ୍ଦାରରେ ଝଟକୁଛନ୍ତି ମାଆ । ଘଣ୍ଟ ଘଣ୍ଟା, ଶଙ୍ଖ, ହୁଳହୁଳି, ହରିବୋଲ ଓ ମାଆଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇ ଉଠୁଛି ପୁରା ପରିବେଶ । ମାଆଙ୍କ ଦିବ୍ୟ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପକ୍ଷୟ ହୋଇଥାଏ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.