କାର୍ତ୍ତିକ ପୂର୍ଣ୍ଣିମାରେ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଆଳତୀ - ଘଟଗାଁ ଆଳତୀ
🎬 Watch Now: Feature Video


Published : Nov 27, 2023, 6:58 AM IST
କେନ୍ଦୁଝର: ଘଟଗାଁ ବାସିନୀ ଜୟ ମାଆ ତାରିଣୀ । ଭକ୍ତର ମାଆ ସେ ନିଡିଆ ରାଣୀ ଘଟଗାଁ ତାରିଣୀ । ମାଆଙ୍କ ମହିମା ଅପାର । ସନ୍ତାନ ଡାକିଲେ ଯେପରି ମାଆ ଓଃ କରେ ସେମିତି ଭକ୍ତଟିଏ ଡାକିଲେ ମାଆ ତାରିଣୀ ମଧ୍ୟ ଓଃ କରନ୍ତି । ମାଆ ତାରିଣୀଙ୍କୁ ଟିକିଏ ଦର୍ଶନ ପାଇଁ କାହିଁ କେତେ ବାଟରୁ ଭକ୍ତଟି ଧାଇଁ ଆସିଥାଏ ଘଟଗାଁକୁ । ମାଆ ତାରିଣୀଙ୍କ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପକ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ପ୍ରତିଦିନ ପ୍ରଭାତରୁ ଘଟଗାଁ ପୀଠରେ ମାଆ ତାରିଣୀଙ୍କ ଆଳତୀ କରାଯାଏ । ସକାଳୁ ସକାଳୁ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ । ପ୍ରଭାତରୁ ପୂଜକ ଓ ସେବାୟତ ମାଆଙ୍କ ଆଳତୀ କରିଛନ୍ତି । ନାଲି ମନ୍ଦାର ମାଳରେ ଝଟକୁଛନ୍ତି ଘଟଗାଁ ରାଣୀ । ଘଣ୍ଟଘଣ୍ଟା, ଶଙ୍ଖ, ହୁଳହୁଳି ହରିବୋଲରେ ମାଆଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ପୂର୍ଣ୍ଣିମାରେ ଦର୍ଶନ କରନ୍ତୁ ନଡିଆ ରାଣୀଙ୍କ ମଙ୍ଗଳ ଆଳତୀ । ମଙ୍ଗଳମୟ ହେବ ଦିନ ।
ଇଟିଭି ଭାରତ, କେନ୍ଦୁଝର