ମଙ୍ଗଳମୟ ହେବ ଦିନ, ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଆଳତୀ

By

Published : Apr 15, 2023, 6:31 AM IST

thumbnail

କେନ୍ଦୁଝର: ଘଟଗାଁ ରାଣୀ ମାଆ ତାରିଣୀ । ଭକ୍ତର ଦୁଃଖ ହାରିଣୀ ମାଆ ସେ । ତାଙ୍କୁ ଦର୍ଶନ କଲେ ସବୁ ଦୁଃଖ ଦୂର ହୁଏ । ସେଥିପାଇଁ ତ କାହିଁ କେତେ ଦୂରରେ ମାଆର ଦର୍ଶନ ପାଇଁ ଘଟଗାଁ ପୀଠକୁ ଧାଇଁ ଆସିଥାଏ ଭକ୍ତ । ପ୍ରତିଦିନ ପ୍ରଭାତରେ ମାଆ ତାରିଣୀଙ୍କ ଆଳତୀ କରାଯାଏ । ଏହି ଦିବ୍ୟ ଆଳତୀ ଦର୍ଶନ କଲେ ଜୀବନର ସମସ୍ତ ଦୁଃଖ କ୍ଲେଶ ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି । ଆଜି ମଧ୍ୟ ସକାଳୁ ସକାଳୁ ସେବାୟତମାନେ ମାଆଙ୍କ ଆଳତୀ କରିଛନ୍ତି । ଘଣ୍ଟ ଘଣ୍ଟା, ଶଙ୍ଖ, ହୁଳହୁଳି ଓ ମନ୍ତ୍ରୋପଚାରଣରେ ପ୍ରକମ୍ପିତ ହୋଇଛି ଘଟଗାଁ ପୀଠ । ମାଆଙ୍କ ଆଳତୀକୁ ଚର୍ମ ଚକ୍ଷୁରେ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଛନ୍ତି ଭକ୍ତ । କେନ୍ଦୁଝର ଜିଲ୍ଲା ଘଟଗାଁରେ ଥିବା ତାରିଣୀ ପୀଠ ଓଡ଼ିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ମଧ୍ୟରୁ ଅନ୍ୟତମ । ଏଠାକାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ତାରିଣୀ । କୁହାଯାଏ ମାଆଙ୍କୁ ମନସ୍କାମନା କରି ନଡିଆଟିଏ ଯାଚି ଦେଲେ ସବୁ ମନବାଞ୍ଛା ପୂରଣ ହୁଏ  । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.