ଶୁଭମୟ ହେବ ଦିନ, ପ୍ରଭାତରୁ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଆଳତୀ - ଘଟଗାଁ ପୀଠ ଅଧିଷ୍ଠାତ୍ରୀ ମାଆ ତାରିଣୀ

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 21, 2023, 7:02 AM IST

କେନ୍ଦୁଝର: ମା ତାରିଣୀ ଦୁଃଖ ହାରିଣୀ । କରୁଣାମୟୀ ସେ ଘଟଗାଁ ବାସିନୀ । ଭକ୍ତ ଡାକିଲେ ଓ କରନ୍ତି ମାଆ ଘଟଗାଁ ତାରିଣୀ । ମାଆଙ୍କ ଶରଣ ପଶିଲେ ସବୁ ଦୁଃଖ ଦୂର ହୁଏ । ପ୍ରତ୍ୟେକ ଦିନ ସକାଳୁ ମାଆଙ୍କ ଆଳତୀ ଦର୍ଶନ କଲେ ଦିନ ଶୁଭମୟ ହୋଇଥାଏ। ସବୁଦିନ ପରି ଆଜି ମଧ୍ଯ ସକାଳୁ ସକାଳୁ ମାଆଙ୍କ ଆଳତୀ ସମ୍ପନ୍ନ ହୋଇଛି । ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ । କେନ୍ଦୁଝର ଜିଲ୍ଲା ପ୍ରସିଦ୍ଧ ଘଟଗାଁ ପୀଠ । ଅଧିଷ୍ଠାତ୍ରୀ ମାଆ ତାରିଣୀଙ୍କର ପାଖରେ ପ୍ରତିଦିନ ପ୍ରଭାତରୁ ଦିବ୍ୟ ଆଳତୀ କରାଯାଏ । ସକାଳୁ ପୂଜକ ଓ ସେବାୟତ ମାଆଙ୍କ ଆଳତୀ କରଥାନ୍ତି । ସବୁଦିନ ପରି ଆଜି ମଧ୍ୟ ମାଆଙ୍କର ଆଳତୀ ସମ୍ପର୍ଣ୍ଣ ହୋଇଛି । ନାଲି ସିନ୍ଦୁର ଓ ମନ୍ଦାରରେ ଝଟକୁଛନ୍ତି ମାଆ । ଘଣ୍ଟ ଘଣ୍ଟା, ଶଙ୍ଖ,ହୁଳହୁଳି, ହରିବୋଲରେ ମାଆଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇ ଉଠୁଛି ପୁରା ପରିବେଶ । ଯାହା ମନ୍ଦିରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି । ସକାଳୁ ମାଆଙ୍କ ଦିବ୍ୟ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପକ୍ଷୟ ହୋଇଥାଏ ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.