Kranti Diwas: କେନ୍ଦୁଝରରେ ଏଆଇଟିୟୁସିର ବିକ୍ଷୋଭ, ବିଭିନ୍ନ ଦାବି ନେଇ ବିରୋଧ ପ୍ରଦର୍ଶନ - labours stage protest
🎬 Watch Now: Feature Video
କେନ୍ଦୁଝର: ଦେଶବ୍ୟାପୀ ପାଳନ ହୋଇଛି କ୍ରାନ୍ତି ଦିବସ । ଏହି ଅବସରରେ ବ୍ୟାପକ ବିକ୍ଷୋଭ ଓ ସମାବେଶ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଦେଶର ବିଭିନ୍ନ ସ୍ବାଧୀନ ଫେଡେରେସନମାନଙ୍କ ଡାକରାରେ ବିରୋଧ ପ୍ରଦର୍ଶନ କରାଯାଇଛି । ଶ୍ରମିକ ବିରୋଧୀ ୪ଟି ଶ୍ରମ କୋର୍ଡ ବାତିଲ କରିବା, ପ୍ରତିରକ୍ଷା ସେବା ଆଇନ ଓ ବିଦ୍ୟୁତ ସଂଶୋଧନ ଆଇନ ବାତିଲ କରିବା, ଅଙ୍ଗନଓ୍ବାଡି ଓ ପାଚିକା ଭଳି ସ୍କିମ୍ ଓ୍ବାର୍କର୍ସ ମାନଙ୍କୁ ସର୍ବନିମ୍ନ ମଜୁରି ପ୍ରଦାନ ଓ ସାମାଜିକ ସୁରକ୍ଷା ଯୋଗାଇ ଦେବା, ସରକାରୀ ଶିଳ୍ପ ଘରୋଇ କରଣ ବନ୍ଦ, ଖାଲିଥିବା ସରକାରୀ ପଦ ପୂରଣ, ପୁରୁଣା ସରକାରୀ ପେନ୍ସନ୍ ଲାଗୁ, ଦରବୃଦ୍ଧି ନିୟନ୍ତ୍ରଣ, ବେକାରୀଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବା ଭଳି ଦାବି କରାଯାଇଛି ।
ଏହା ବି ପଢନ୍ତୁ...kranti Diwas: କ୍ରାନ୍ତିତୀର୍ଥକୁ ରକ୍ତତୀର୍ଥରେ ପରିଣତ କରିଥିଲା ଉତ୍କଳ ପ୍ରଦେଶ: ରାଜ୍ୟପାଳ
ଏହାସହ ଠିକା ଶ୍ରମିକ ବ୍ୟବସ୍ଥା ବନ୍ଦ, ଇପିଏଫ୍ରେ ସର୍ବନିମ୍ନ 9 ହଜାର ଟଙ୍କା ପେନସନ୍ ଲାଗୁ, ମନରେଗା ଶ୍ରମିକଙ୍କୁ ସର୍ବନିମ୍ନ ବାର୍ଷିକ 200 ଦିନର କାର୍ଯ୍ୟ ଯୋଗାଇ ଦେବା, ସର୍ବନିମ୍ନ ମଜୁରୀ ଦୈନିକ 800 ଟଙ୍କା, କେନ୍ଦୁଝର ଜିଲ୍ଲାରେ ବନ୍ଦ ଥିବା ଖଣି ଓ କାରଖାନା ଖୋଲିବା ଆଦି ଦାବି ରହିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ କ୍ରାନ୍ତି ଦିବସରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିରାଟ ଶ୍ରମିକ ବିକ୍ଷୋଭ ଅନୁଷ୍ଠିତ ହୋଇଛି । ଏଆଇଟିୟୁସିର ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ବିଶିଷ୍ଟ ଶ୍ରମିକ ନେତା ମହେଶ୍ବର ରାଉତଙ୍କ ନେତୃତ୍ଯରେ ଶତାଧିକ ଶ୍ରମିକ ସଂଗଠକ ସମର୍ଥକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଇଟିଭି ଭାରତ, କେନ୍ଦୁଝର