ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଲେ ବନ୍ଦେ ଭାରତ ଏକ୍ସପ୍ରେସ୍ ଏୟାରହଷ୍ଟେସ

By

Published : Jun 27, 2023, 11:01 PM IST

thumbnail

ରାଞ୍ଚି: ଭର୍ଚୁଆଲ ଯୋଗେ ପାଟନା-ରାଞ୍ଚି ବନ୍ଦେ ଭାରତ ଟ୍ରେନର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାଟନାରୁ ଗୟା ଯାତ୍ରା ମାତ୍ର ଦେଢ଼ ଘଣ୍ଟା ମଧ୍ୟରେ ଶେଷ କରିଥିଲା ବନ୍ଦେ ଭାରତ ଏକ୍ସପ୍ରେସ । ତେବେ ଟ୍ରାଏଲ୍ ରନ୍ ପାଇଁ  ଏହା ପାଟନାରୁ ରାଞ୍ଚି ଅଭିମୁଖେ ଯାଇଥିଲା ।  ବନ୍ଦେ ଭାରତ ମାତ୍ର ୫ ଘଣ୍ଟା ୪୫ ମିନିଟରେ ପ୍ରାୟ ୪୦୦ କିଲୋମିଟର ଦୂରତା ଅତିକ୍ରମ କରିଥିଲା । ପାଟନାରୁ ଗୟା ପର୍ଯ୍ୟନ୍ତ ଗତି ଘଣ୍ଟା ପ୍ରତି ୧୧୦ କିଲୋମିଟର ବେଗରେ ଗତି କରିଥିଲା ଟ୍ରେନ। ଏହା ପାଟନାରୁ ଛାଡ଼ିବା ପରେ ଏହି ଟ୍ରେନ୍ ଜହାନାବାଦ, ଗୟା, କୋଡର୍ମା, ବାରକାକାନା, ହାଜରିବାଗ ଟାଉନ୍, ଟାଟି ସିଲଭି ଦେଇ ରାଞ୍ଚିରେ ପହଞ୍ଚିଥିଲା ।

ସେପଟେ ଆଜି ନୂତନ ଭାବେ ଗଡିଥିବା ଏହି ବନ୍ଦେ ଭାରତ ଟ୍ରେନରେ ଆକର୍ଷଣର କେନ୍ଦ୍ର ପାଲଟିଥିଲେ କର୍ମଚାରୀ । ଏୟାରହଷ୍ଟେସ ଭଳି ବେଶଭୂଷାରେ ଥାଇ ସେମାନେ ଯାତ୍ରୀଙ୍କୁ ସମସ୍ତ ସେବା ଯୋଗାଇଥିଲେ। ତେବେ ଏହି ଟ୍ରାଏଲ  ରନରେ ଯାତ୍ରା କରି କର୍ମଚାରୀ ଏବଂ ଯାତ୍ରୀମାନେ ଖୁସି ବ୍ୟକ୍ତ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.