ଉନ୍ନାଓ ଦୁଷ୍କର୍ମ ଘଟଣା, ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ରାଜଧାନୀରେ ବିକ୍ଷୋଭ

🎬 Watch Now: Feature Video

thumbnail

ଭୁବନେଶ୍ବର: ଉତ୍ତରପ୍ରଦେଶର ଉନ୍ନାଓ ଦୁଷ୍କର୍ମ ଘଟଣା । ରାଜଧାନୀ ରାଜରାସ୍ତାରେ AIDSO, AIMSS, AIDY ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପୀଡ଼ିତାଙ୍କୁ ସୁରକ୍ଷା ଯୋଗାଇଦେବା ଓ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଦାବି କରି ଗତକାଲି(ବୁଧବାର) ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । 

ସୂଚନାଅନୁସାରେ, ଗତବର୍ଷ ୨୦୨୨ ମସିହା ଫେବୃଆରୀ ୧୩ ତାରିଖରେ ଉତ୍ତରପ୍ରଦେଶର ଉନ୍ନାଓରେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିଲା । ଏହି ଅଭିଯୋଗ ଆଧାରରେ ଅପରାଧି ଜଣକ ପ୍ରଥମେ ଜେଲ ଯାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ପୀଡିତାଙ୍କୁ କେସ ଫେରାଇ ଆଣିବା ପାଇଁ ବାଧ୍ୟ କରାଯାଇଥିଲା । କିନ୍ତୁ ସେ ମନା କରିଦେବାରୁ ଗତ ୧୮ ତାରିଖ ଦିନ ଉତ୍ତରପ୍ରଦେଶର ଉନ୍ନାଓରେ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ । ଏହାସହ ୬ ମାସର ପୁଅ ଓ ୩ ମାସର ଝିଅକୁ ନିଆଁକୁ ଫିଙ୍ଗି ଦେଇଥିଲେ । ଏହାକୁ ନିନ୍ଦା କରିବା ସହ ବିରୋଧ କରି ରାଜରାସ୍ତାରେ ବିକ୍ଷୋଭ କରାଯାଇଥିଲା । ପୀଡ଼ିତାଙ୍କୁ ସୁରକ୍ଷା ଯୋଗାଇଦେବା ଓ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଦାବି କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.