thumbnail

ଏଡ଼ସ ସଚେତନତା ଦିବସ: ଲେଟ୍ କମୁନିଟି ଲିଡ଼ ଥିମ୍‌ରେ ନାଟକ ପରିବେଷିତ

By ETV Bharat Odisha Team

Published : Dec 1, 2023, 9:48 PM IST

ଭବାନୀପାଟଣା: ଆର୍ନ୍ତଜାତୀୟ ଏଡ଼ସ ସଚେତନତା ଦିବସ ପାଳିତ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ସଚେତନତା ଶୋଭାଯାତ୍ରା । ଲେଟ୍ କମୁନିଟି ଲିଡ଼ ଥିମ୍‌ରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ । ଏଡ଼ସ ଭଳି ରୋଗ ଠାରୁ କିଭଳି ଦୂରେଇ ରହିବ ସେନେଇ ସଚେତନତା କରାଗଲା ।    

ଏହା ମଧ୍ୟ ପଢ଼ନ୍ତୁ...ସମ୍ବଲପୁରରେ ବଢୁଛି ଏଡସ୍‌ ରୋଗୀଙ୍କ ସଂଖ୍ୟା, ସଚେତନତା ଜରୁରୀ

ଆଜି ହେଉଛି ଆର୍ନ୍ତଜାତୀୟ ଏଡ଼ସ ଦିବସ । ଅନେକ ସ୍ଥାନରେ ଏଡ଼ସ ଭଳି ରୋଗ ଠାରୁ କିଭଳି ଦୂରେଇ ରହିବ ସେନେଇ ସଚେତନତା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି । ତେଣୁ ଯୁବ ପିଢିଙ୍କ ଭିତରେ ସୁରକ୍ଷିତ ଯୌନ ସମ୍ପର୍କର ସଚେତନତା ସୃଷ୍ଟି କରିବାର ପ୍ରୟାସକୁ ନେଇ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ନେଇ  ଶୋଭାଯାତ୍ରା ଆରମ୍ଭ ହୋଇଥିଲା ।ଶୋଭାଯାତ୍ରାଟି ସହର ପରିକ୍ରମା ପରେ ରେଡ କ୍ରସ୍ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚିଥିଲା । କାର୍ଯ୍ୟକ୍ରମଟି ଲେଟ କମୁନିଟି ଲିଡ଼ ଥିମ୍‌ରେ ଆୟୋଜିତ ହୋଇଥିଲା ।  ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଚିତା ପାଣି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ମନୋଜ ବେହେରାଙ୍କ ସମେତ ସମସ୍ତ ଅଧିକାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ଇଟିଭି ଭାରତ, କଳାହାଣ୍ଡି 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.