'ଅଯୋଧ୍ୟା ଜଙ୍ଗସନ'ର ଭବ୍ୟ ରୂପ, ରାମ ମନ୍ଦିର ପ୍ରତିଷ୍ଠା ପାଇଁ ସଜେଇ ହେଉଛି ଷ୍ଟେସନ - ଅଯୋଧ୍ୟା ଷ୍ଟେସନର ଉନ୍ନତିକରଣ
🎬 Watch Now: Feature Video
Published : Dec 25, 2023, 3:26 PM IST
ଅଯୋଧ୍ୟା: ଜାନୁଆରୀ ୨୨ରେ ଉତ୍ତରପ୍ରଦେଶ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା । ଏଥିପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ନିର୍ମାଣ କାର୍ଯ୍ୟ । ଏପଟେ ରାମ ମନ୍ଦିର ପ୍ରତିଷ୍ଠା ଦିବସ ପାଇଁ ଅଯୋଧ୍ୟା ରେଳ ଷ୍ଟେସନର ନବୀକରଣ କରାଯାଉଛି । ଅଯୋଧ୍ୟା ଜଙ୍ଗସନକୁ ଦିଆଯାଉଛି ନୂଆ ରୂପ । ଷ୍ଟେଟ୍ ଅଫ ଆର୍ଟରେ ପରିଣତ ହୋଇଛି ଷ୍ଟେସନ । ଷ୍ଟେସନର ମୁଖ୍ୟ ଗେଟ୍ କୁ ଅଯୋଧ୍ୟା ମନ୍ଦିର ଶୈଳୀରେ ନିର୍ମାଣ କରାଯାଉଛି । ଷ୍ଟେସନ କାନ୍ଥରେ ରାମାୟଣ ସଂପର୍କିତ ଦୃଶ୍ୟକୁ ଚିତ୍ରିତ କରାଯାଇଛି । ରାମ ମନ୍ଦିର ପ୍ରତିଷ୍ଠାରେ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟି ରଖି, ଷ୍ଟେସନରେ ସମସ୍ତ ହାଇଟେକ୍ ବ୍ୟବସ୍ଥା କରାଯାଇଛି । ଲିଫ୍ଟ, ଷ୍ଟେୟାର, ବିଶ୍ରାମ ସ୍ଥଳ ଏବଂ ଶୌଚାଳୟ ସମେତ ସବୁ କ୍ଷେତ୍ରରେ ଉନ୍ନତିକଣ କରାଯାଉଛି । ଅଯୋଧ୍ୟା ଷ୍ଟେସନକୁ ଭବ୍ୟ ଏବଂ ଦିବ୍ୟ ରୂପ ଦେବାରେ ଲାଗି ପଡ଼ିଛନ୍ତି ରେଳବାଇ କର୍ତ୍ତୃପକ୍ଷ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ