୯୧ ବର୍ଷରେ ବି ଥକିନାହାଁନ୍ତି କୁଲି କିଶାନ - ବୃଦ୍ଧଙ୍କ କୁଲି ଲାଇସେନ୍ସ ନବୀକରଣ

🎬 Watch Now: Feature Video

thumbnail

By

Published : Jan 28, 2023, 11:15 AM IST

Updated : Feb 3, 2023, 8:39 PM IST

ଚଣ୍ଡିଗଡ଼: ଟ୍ରେନ୍‌ରୁ ଯାତ୍ରୀ ଓହ୍ଲାଇବା ପରେ ତାଙ୍କୁ ଟାକ୍ସି ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ବହନ କରନ୍ତି କୁଲି । ହରିୟାଣା ପାନିପଥ ରେଳ ଷ୍ଟେସନରେ ଥିବା କୁଲି ମଧ୍ୟ ବର୍ଷବର୍ଷ ଧରି ଯାତ୍ରୀଙ୍କ ସେବା କରି ଆସୁଛନ୍ତି  । ଯେଉଁମାନେ ପ୍ଲାଟଫର୍ମରେ ଟ୍ରେନ ପହଞ୍ଚିବା ଆଗରୁ ହିଁ ଯାତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ନିକଟରେ ପହଞ୍ଚିଯାଆନ୍ତି । ତେବେ ଏଭଳି କୁଲିଙ୍କ ମଧ୍ୟରୁ ଜଣେ କୁଲି ଅଛନ୍ତି ଯିଏ ବୟସର ଅପରାହ୍ଣରେ ପହଞ୍ଚିଥିଲେ ମଧ୍ୟ ଆଦୌ ଥକି ନାହାଁନ୍ତି । ଯେଉଁ ବୟସରେ ଲୋକେ ପର ଉପରେ ନିର୍ଭର କରି ଜୀବନ କାଟୁଥାନ୍ତି ସେ ବୟସରେ ଜଣେ କୁଲି ପାନିପଥ ଷ୍ଟେସନରେ ମୁଣ୍ଡ ଉପରେ ଓଜନିଆ ଲଗେଜ ରଖି ଯାତ୍ରୀଙ୍କୁ ତାଙ୍କ ଯାଗାରେ ନେଇ ଟ୍ରେନରେ ବସାଇଥାନ୍ତି । ତାଙ୍କ ନାମ ହେଉଛି କିଶାନ ଚାନ୍ଦ । ବୟସ ତାଙ୍କୁ ୯୧ ବର୍ଷ ।  

1947 ମସିହାରେ ପାକିସ୍ତାନର ଖେଲେୟା ଜିଲ୍ଲାରୁ ଆସି ଏହି ରେଳ ଷ୍ଟେସନରେ କାମ ଆରମ୍ଭ କରିଥିଲେ କୁଲି କିଶାନ ଚାନ୍ଦ । ରହିବା ପାଇଁ ତାଙ୍କର ଘର ନଥିଲା । ତେଣୁ କିଶାନ ଚାନ୍ଦ ଏବଂ ତାଙ୍କ ପରିବାର ଏହି ରେଳ ଷ୍ଟେସନରେ ରହୁଥିଲେ । ଏ ସମ୍ପର୍କରେ କିଶାନ ଚାନ୍ଦ କୁହନ୍ତି, "ଯେତେବେଳେ ମୁଁ 1947ରେ ଏଠାରେ କାମ କରିବା ଆରମ୍ଭ କରିଥିଲି ସେତେବେଳେ ମୋର ବୟସ 15 ଥିଲା । ଆଜି ମୋର ବୟସ 91 ବର୍ଷ । ମୁଁ ବର୍ତ୍ତମାନ ମଧ୍ୟ ଏଠାରେ କାମ କରୁଛି । ଯାତ୍ରୀମାନଙ୍କ ପାଇଁ ଲଗେଜ୍ ନେଇ ରୋଜଗାର କରିଥିବା ଟଙ୍କାରେ ମୋ ପରିବାର ଚଳୁଛି ।"

ଦିନେ କିଶାନ ଟ୍ରେନରେ କୋଇଲା ଚଢ଼ାଇବା ବି କାମ କରୁଥିଲେ । ସେତେବେଳେ ତାଙ୍କୁ ମଜୁରୀ ହିସାବରେ ୧ ଟଙ୍କା ମିଳୁଥିଲା । ଏହାରି ଭିତରେ ଅନେକ ସରକାର ବଦଳିଲେଣି । ହେଲେ ଆଜି ଯାଏଁ ତାଙ୍କ ଉପରେ କାହାର ବି ଦୃଷ୍ଟି ପଡ଼ିନି । ଯେତେବେଳେ ଲାଲୁ ପ୍ରସାଦ ଯାଦବ ଏବଂ ରାମ ଭିଲାସ ପାସୱାନ ରେଳ ମନ୍ତ୍ରୀ ହୋଇଥିଲେ, ସେମାନେ କୁଲିଙ୍କୁ ଚାକିରି ଯୋଗାଇଦେବା ପାଇଁ ପ୍ରସ୍ତାବ ପାରିତ କରିଥିଲେ । ସେହି କୁଲିମାନଙ୍କୁ ଏହି ଚାକିରି ଦିଆଯାଇଥିଲା ଯାହାର ବୟସ 50 ବର୍ଷରୁ କମ୍ ଥିଲା । ସେତେବେଳେ କିଶାନଙ୍କ ବୟସ 50 ବର୍ଷ ଥିଲା । ତେଣୁ ତାଙ୍କୁ ସେହି ଚାକିରି ମିଲିପାରିନଥିଲା । ଏବେ ବି କିଶାନ ବାର୍ଷିକ 90 ଟଙ୍କା ଦେଇ ଲାଇସେନ୍ସ ନବୀକରଣ କରୁଛନ୍ତି ।

ଇଟିଭି ଭାରତ, ବ୍ୟୁରୋ ରିପୋର୍ଟ

Last Updated : Feb 3, 2023, 8:39 PM IST

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.