ପୁଅକୁ ବାପାର ପରିଚୟ ଦାବି: ପୁଣିଥରେ ଦିନେଶଙ୍କ ଘର ସାମ୍ନାରେ ବସିଲେ ଦୀପିକା

🎬 Watch Now: Feature Video

thumbnail

By

Published : Aug 11, 2023, 9:18 AM IST

Updated : Aug 11, 2023, 10:56 AM IST


ବ୍ରହ୍ମପୁର: ପୁଣିଥରେ ପ୍ରେମିକ ଦିନେଶଙ୍କ ଘର ସାମ୍ନାରେ ବସିଛନ୍ତି କେ. ଦୀପିକା । ପୁଅକୁ ବାପାର ପରିଚୟ ଓ ନ୍ୟାୟ ପାଇବା ପାଇଁ ୬ ମାସ ପରେ ବ୍ରହ୍ମପୁରର ଦେଶୀବେହେରା ସାହିରେ ରହୁଥିବା ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣା ଦେଇଛନ୍ତି । ଡିଏନଏ ରିପୋର୍ଟ ମିଳିଲେ ଛୁଆକୁ ବାପାର ପରିଚୟ ମିଳିପାରିବ ଦୀପିକା କହିଛନ୍ତି । କିନ୍ତୁ ନ୍ୟାୟ ମିଳିବା ଓ ଡିଏନଏ ରିପୋର୍ଟ ମିଳିବାରେ ବିଳମ୍ବ ହେବାରୁ ସେ ପୁଣିଥରେ ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ସେ ଧାରଣା ଦେବାକୁ ଆସିଥିବା ବେଳେ ଦିନେଶଙ୍କ ପରିବାର ତାଙ୍କ ଉପରକୁ ଲଙ୍କାଗୁଣ୍ଡ ମିଶା ଯାଇଥିବା ପାଣି ଫିଙ୍ଗିଥିବାର ଅଭିଯୋଗ କରିଛନ୍ତି ଦୀପିକା । ଏ ସମ୍ପର୍କରେ ସେ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ପହଞ୍ଚି ଅଭିଯୋଗ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । 

ଏହାମଧ୍ୟ ପଢନ୍ତୁ: ଦୀପିକା-ଦିନେଶ ବିବାଦ, ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଦୀପିକା


ନିଜକୁ ସ୍ତ୍ରୀର ଅଧିକାର ଓ ପୁଅକୁ ତା'ର ବାପାର ପରିଚୟ ପ୍ରଦାନ ଦାବିରେ ଗତ ବର୍ଷ ଅଗଷ୍ଟ ମାସରେ ଦୀପିକା ପ୍ରେମିକା ଦିନେଶଙ୍କ ଘର ବାରଣ୍ଡାରେ ଧାରଣା ଆରମ୍ଭ କରିଥିଲେ । ଦୀର୍ଘ ମାସ ଧରି ଧାରଣାରେ ବସି ନ୍ୟାୟ ପାଇଁ ଲଢ଼େଇ କରିବା ପରେ ପରବର୍ତ୍ତୀ ସମୟରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଏବଂ କୋର୍ଟରୁ ତାଙ୍କୁ ନ୍ୟାୟ ମିଳିବ ବୋଲି ଆଶା ରଖି ଧାରଣାରୁ ଓହରିଥିଲେ । କିନ୍ତୁ ନ୍ୟାୟ ମିଳିବାରେ ବିଳମ୍ବ ଏବଂ ତାଙ୍କୁ ଡିଏନଏ ରିପୋର୍ଟ ମିଳିବାରେ ଡେରି ହେବା ପରେ ଏବେ ଆଉ ଥରେ ଦିନେଶଙ୍କ ଘର ସମ୍ମୁଖରେ ବସିଛନ୍ତି । 
 

ଇଟିଭି ଭାରତ, ବ୍ରହ୍ମପୁର

Last Updated : Aug 11, 2023, 10:56 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.