FIFA World Cup: ଆର୍ଜେଣ୍ଟିନାରେ ସେଲିବ୍ରେସନର ମାହୋଲ, ରାସ୍ତାଘାଟ ଲୋକାରଣ୍ୟ
🎬 Watch Now: Feature Video
ଆର୍ଜେଣ୍ଟିନା: ୩୬ ବର୍ଷ ପରେ ବିଶ୍ବଚମ୍ପିଆନ ହୋଇଛି ଆର୍ଜେଣ୍ଟିନା । ଏନେଇ ସବୁଠି ସେଲିବ୍ରେସନର ମାହୋଲ । ଲୋକାରଣ୍ୟ ହୋଇ ପଡିଛି ଆର୍ଜେଣ୍ଟିନା । ଡିଫେଣ୍ଡିଂ ଚମ୍ପିଅନ ଫ୍ରାନ୍ସକୁ 4-2 ଗୋଲରେ ପରାସ୍ତ କରି ଫିଫା ବିଶ୍ବକପ ଟ୍ରଫି ହାତେଇଛି ଆର୍ଜେଣ୍ଟିନା । ଦୀର୍ଘ ଦିନ ପରେ ଟ୍ରଫି ହାତେଇବା ପରେ ଆର୍ଜେଣ୍ଟିନାବାସୀଙ୍କଠାରେ ବେଶ୍ ଉତ୍କଣ୍ଠା ଦେଖାଦେଇଛି । ଖେଳାଳିଙ୍କୁ ଚିୟର ଅପ କରିବା ସହିତ ଦଳକୁ ଜଣାଇଛନ୍ତି ଶୁଭେଚ୍ଛା । ଆର୍ଜେଣ୍ଟିନାବାସୀ ଏକାଠି କରିଛନ୍ତି ସେଲିବ୍ରେସନ । ଜନ ସମୁଦ୍ର ହୋଇପଡିଛି ରାସ୍ତାଘାଟ । ଏ ହେଉଛି ଖୁସିର ମାହୋଲ । ଦୀର୍ଘ ୩୬ ବର୍ଷ ପରେ ଟ୍ରଫି ହାସଲ କରିବାକୁ ଖୁସି । ଚମ୍ପିଆନ ଚମ୍ପିଆନ ଆର୍ଜେଣ୍ଟିନା ଚମ୍ପିଆନରେ କମ୍ପି ଉଠିଛି ସହର।
Last Updated : Feb 3, 2023, 8:36 PM IST