ପ୍ରଦୂଷିତ ନବାବ ନଗରୀ, ଅସରାଏ ବର୍ଷାରେ ରାସ୍ତା ଉପରେ ଲହଡ଼ି ଭାଙ୍ଗିଲା ଫେଣଯୁକ୍ତ ପାଣି

By ETV Bharat Odisha Team

Published : Sep 6, 2023, 10:36 PM IST

Updated : Sep 6, 2023, 11:04 PM IST

thumbnail

ହାଇଦ୍ରାବାଦ: ହାଇଦ୍ରାବାଦରେ ଲାଗି ରହିଛି ବର୍ଷା । ଗତ ତିନି ଦିନ ଧରି ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସହରର ବିଭିନ୍ନ ସ୍ଥାନରେ ଜଳମଗ୍ନ ପରିସ୍ଥିତି ଦେଖିବାକୁ ମିଳିଛି । ଏହାରି ଭିତରେ କୁକଟପଲ୍ଲୀର ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ଶିରିଡ଼ି ନଗର ଏବଂ ଧରଣି ନଗର ଅଞ୍ଚଳ ଫେଣମୟ ହୋଇଯାଇଛି । ଯାହାକୁ ନେଇ ଲୋକେ ଭୟଭୀୟ ହୋଇ ପଡ଼ିଛନ୍ତି । ଅପରାହ୍ନ ସମୟରେ କୁକଟପଲ୍ଲୀ ଅଞ୍ଚଳରେ ପ୍ରବଳ ବର୍ଷା ହେବା ପରେ ରାସ୍ତାରେ ପାଣି ଜମି ଏକ ମୋଟା ଆସ୍ତରଣର ଫେଣ ଭାସୁଥିବା ଦେଖିବାକୁ ମିଳିଥିଲା । ଏତେ ପରିମାଣର ଫେଣ ଭାସୁଥିଲା ଯେ, ରାସ୍ତାଘାଟ ମଧ୍ୟ ଦେଖିବା ମୁସ୍କିଲ ହୋଇଯାଇଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ନିକଟସ୍ଥ ଶିଳ୍ପାନୁଷ୍ଠାନ ଗୁଡ଼ିକରୁ ନିର୍ଗତ ରାସାୟନିକ ବର୍ଜ୍ୟବସ୍ତୁ ବର୍ଷା ପାଣିରେ ପ୍ରତିକ୍ରିୟା କରି ବିଷାକ୍ତ ଫୋମ୍‌ ସୃଷ୍ଟି ହୋଇଥିଲା । ଏନେଇ ଅଭିଯୋଗ ପରେ ସଂସ୍ଥା କର୍ତ୍ତୃପକ୍ଷ ପରିଦର୍ଶନ କରି ଯାଞ୍ଚ କରିଥିବା ଲୋକେ ସୂଚନା ଦେଇଛନ୍ତି । 

Last Updated : Sep 6, 2023, 11:04 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.