ଘରକୁ ଫେରିଲେ ଆହତ ଯାତ୍ରୀ, ସ୍ବତନ୍ତ୍ର ବ୍ୟବସ୍ଥା କଲା ଜିଲ୍ଲା ପ୍ରଶାସନ - ବାହାନଗା ଟ୍ରେନ ଟ୍ରାଜେଡି
🎬 Watch Now: Feature Video
ଭଦ୍ରକ: ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା 126 ଜଣ ଯାତ୍ରୀମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ହୋଇ ଆରୋଗ୍ଯ ଲାଭ କରି ଗତକାଲି ରାତି ସୁଦ୍ଧା 89 ଜଣଙ୍କୁ ସେମାନଙ୍କର ଘରକୁ ପଠାଯାଇଛି । ଆଜି ଚିକିତ୍ସିତ ହେଉଥିବା 37 ଜଣଙ୍କ ମଧ୍ୟରୁ 20 ଜଣଙ୍କୁ ସେମାନଙ୍କ ପରିବାର ସଦସ୍ୟମାନଙ୍କ ସହିତ ଘରକୁ ଯିବା ପାଇଁ ସ୍ଵତନ୍ତ୍ର ଭାବେ ବ୍ୟବସ୍ଥା କରିଛି ଭଦ୍ରକ ପ୍ରଶାସନ । ଆହୁରି 17 ଜଣ ଯାତ୍ରୀ ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ସେମାନେ ସୁସ୍ଥ ହେବା ପରେ ସେମାନଙ୍କୁ ମଧ୍ଯ ସ୍ଵତନ୍ତ୍ର ବ୍ଯବସ୍ଥା କରାଇ ସେମାନଙ୍କ ଘରକୁ ପଠାଯିବ ବୋଲି ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ କହିଛନ୍ତି । ସଂପୂର୍ଣ୍ଣ ସୁସ୍ଥ ହୋଇଥିବା ଆହତଙ୍କୁ ଚାରିଟି ବୋଲେରୋ ଗାଡିରେ ନିଜ ନିଜ ଘରକୁ ପଠାଯାଇଥିଲା । ତେବେ ଚିକିତ୍ସିତ ହେଉଥିବା ଯାତ୍ରୀ ବିହାର ଓ ଝାଡଖଣ୍ଡର ହୋଇଥିବା ବେଳେ ସ୍ବତନ୍ତ୍ର ବ୍ୟବସ୍ଥା ଦ୍ବାରା ତାଙ୍କୁ ତାଙ୍କ ଘରକୁ ପଠାଯାଇଛି । ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିବା ସମସ୍ତ ସୁବିଧା ସୁଯୋଗକୁ ବେଶ ପ୍ରଶଂସା କରିଥିଲେ ଯାତ୍ରୀ ।
ଇଟିଭି ଭାରତ, ଭଦ୍ରକ