ତାଳପତ୍ର ଆସନରେ ପୁଷ୍କରା ପୋଷ୍ଟର, ପ୍ରଶଂସା କଲେ ଅଭିନେତା ସବ୍ୟସାଚୀ

By ETV Bharat Odisha Team

Published : Oct 5, 2023, 6:13 PM IST

thumbnail

ବାଲେଶ୍ବର: ନିକଟରେ ରିଲିଜ ହୋଇଥିବା 'ପୁଷ୍କରା' ଚଳଚ୍ଚିତ୍ରର କ୍ରେଜ ଏବେ ସବୁଠି ଦେଖିବାକୁ ମିଳୁଛି । ଦମନ ପାଖରୁ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଦର୍ଶକଙ୍କ ରୁଚି ବୃଦ୍ଧି ପାଇଥିବା ବେଳେ ପୁଷ୍କରା ମଧ୍ୟ ଏବେ ଦର୍ଶକଙ୍କ ବେଶ ଆଦୃତ ହୋଇପାରିଛି । ଏହାକୁ ନେଇ ବିନା ରଙ୍ଗ ତୁଳୀ ସାହାଯ୍ୟରେ କେବଳ ପାରମ୍ପରିକ ସାମଗ୍ରୀ ଦ୍ବାରା ଅବିକଳ ପୋଷ୍ଟର ଆଙ୍କିଛନ୍ତି ସିମୁଳିଆ ବ୍ଲକ ଅନ୍ତର୍ଗତ ବରି ଅଞ୍ଚଳର ଅମୂଲ୍ୟ ନାୟକଙ୍କ ବଡ଼ ପୁଅ ତଥା ଯୁବଶିଳ୍ପୀ ଶିବ ଶଙ୍କର ନାୟକ । ଚିତ୍ରଶିଳ୍ପୀଙ୍କ ଏହି ଚିତ୍ରକୁ ପ୍ରଶଂସା କରିବା ସହ ଅଭିନେତା ସବ୍ୟସାଚୀ ମହାପାତ୍ର ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଜଣାପଡ଼ିଛି ।

ଏମିତି ଚିତ୍ର ଆଙ୍କି ସମସ୍ତଙ୍କ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ବାଲେଶ୍ଵର ଜିଲ୍ଲା ସିମୁଳିଆ ଅଞ୍ଚଳର ଶିବ ଶଙ୍କର ନାୟକ । ଏକ ତାଳପତ୍ର ଆସନରେ କେବଳ ମଶା ଧୂପର ଧୁଆଁ ମାଧ୍ୟମରେ ଏହାକୁ ଚିତ୍ରଣ କରି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ ଶିବ ଶଙ୍କର । ଅଭିନେତା ସବ୍ୟସାଚୀ ମିଶ୍ର ଶିବଙ୍କ ଏହି ନିଆରା ଚିତ୍ରକଳାକୁ ପ୍ରଶଂସା କରିବା ସହ ଭବିଷ୍ୟତରେ ଜଣେ ଭଲ ଚିତ୍ରଶିଳ୍ପୀ ହେବା ପାଇଁ ପ୍ରେରଣା ଦେଇ ଧନ୍ୟବାଦ ଜଣାଇଛନ୍ତି ।  

ଏହା ବି ପଢନ୍ତୁ- ଧମାଲ କରୁଛି ଫିଲ୍ମ ‘ପୁଷ୍କରା’,  ଭିନ୍ନ କାହାଣୀ ଓ କଳାକାରଙ୍କ ଦମଦାର ଅଭିନୟ ଜିଣୁଛି ଦର୍ଶକ ମନ

ବଣ ମଲ୍ଲୀ ପରି ନିଜର ଚିତ୍ରକଳା ମଲ୍ଲି ମାଧ୍ୟମରେ ସୁଗନ୍ଧ ମହକାଇ ଚାଲିଛନ୍ତି ଶିବ । ଛୋଟ ବେଳଠୁ ତାଙ୍କର ଚିତ୍ର ପ୍ରତି ଥିଲା ଆଗ୍ରହ। ସେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ବେଳେ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ । ସେବେ ଠାରୁ ଚିତ୍ରକଳାକୁ ନିଜର ଜୀବନର ଏକ ମାଧ୍ୟମ କରି ଆଜି ଜଣେ ସଫଳ ଚିତ୍ରଶିଳ୍ପୀ ଭାବେ ସ୍କୁଲ, କଲେଜଠୁ ଆରମ୍ଭ କରି ବ୍ଳକ, ଜିଲ୍ଲା, ରାଜ୍ୟସ୍ତରରେ ଚିତ୍ରକରି ସୁନାମ ଅର୍ଜନ କରିବା ସହ ସମ୍ମାନିତ ହୋଇଛନ୍ତି । ଶିବ ଶଙ୍କର ପ୍ରଥମେ ବରି ସରକାରୀ ବିଦ୍ୟାଳୟରୁ ଜଣେ ସଫଳ ଛାତ୍ର ଭାବେ ପଢୁଥିବା ଚିତ୍ର କରିବା ଦଶମ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ସିମୁଳିଆ ମହାବିଦ୍ୟାଳୟରୁ ଜଣେ +୨ ରେ କୃତିତ୍ବ ପାଇବା ପରେ ତାଙ୍କର କଳା ଆଉ ଚିତ୍ରକଳା ପ୍ରତି ଆହୁରି ଆଗ୍ରହ ବଢ଼ିଥିଲା ।

ପରେ ସେ ବାଲେଶ୍ଵରର ବେବ୍ଲର ଅଫ୍ ଭର୍ଚ୍ଚୁଆଲ ଆର୍ଟରେ +୩ କରି ସାରିବା ପରେ ଆଗକୁ କଳା ଓ ଚିତ୍ରକଳାରେ ପିଜି କରିବେ ବୋଲି ଆଶା ରଖିଛନ୍ତି । ଏବେ ସେ ନିଜର ନିଜସ୍ବ ବୁଦ୍ଧି, ଜ୍ଞାନକୌଶଳ ମାଧ୍ୟମରେ ବଡ ବଡ଼ ପଥର ମୂର୍ତ୍ତିଠୁ ଆରମ୍ଭ କରି ଠାକୁର ମୂର୍ତ୍ତି, ପୂଜା ପର୍ବ ଓ ପର୍ବାଣୀରେ ଠାକୁର ମୂର୍ତ୍ତି କରିବା ସହ ଥର୍ମୋକୁଲ୍ ଡିଜାଇନ, କାଠ ଖୋଦେଇ, ପେଣ୍ଟିଂ ଏମିତିବି ବାଲୁକା ଶିଳ୍ପୀ କାର୍ଯ୍ୟ କରିଥାନ୍ତି । ଏବେ ସେ ଏକ ବେସରକାରୀ ବିଶ୍ବବିଦ୍ୟାଳୟରେ କଳା ଶିକ୍ଷକ ଭାବେ ଶିକ୍ଷାଦାନ କରୁଛନ୍ତି।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.