ମହାନଦୀରକୁ ଡେଇଁ ପୁଣି ଜଣେ ଯୁବତୀ ନିଖୋଜ - woman jumped into Mahanadi news
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/14-09-2023/640-480-19510725-thumbnail-16x9-hrty.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Sep 14, 2023, 4:07 PM IST
ସମ୍ବଲପୁର: ମହାନଦୀରକୁ ଡେଇଁଲେ ପୁଣି ଜଣେ ଯୁବତୀ । ଯୁବତୀ ଜଣକ ନିଖୋଜ ଥିବା ବେଳେ ତାଙ୍କ ପରିଚୟ ମିଳିପାରି ନାହିଁ । କଚେରି ଛକ ନିକଟସ୍ଥ ଚାଉଁରପୁର ମହାନଦୀ ଦ୍ଵିତୀୟ ବ୍ରିଜ୍ ଉପରୁ ଯୁବତୀ ଜଣକ ଡେଇଁଥିବା ଜଣାପଡିଛି । ଘଟଣା ସ୍ଥଳର ଅଗ୍ନିଶମ ବିଭାଗ ପହିଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ସୂଚନା ଯୋଗ୍ୟ ସମ୍ବଲପୁର କଚେରି ଛକ ଚାଉଁରପୁର ମହାନଦୀ ବ୍ରିଜ ଉପରୁ ଆଜି ପୁଣି ଜଣେ ଯୁବତୀ ମହାନଦୀକୁ ଡେଇଁ ନିଖୋଜ ଥିବା ଜଣାପଡିଛି । ୨ ଦିନ ଆଗରୁ ଜଣେ ବୃଦ୍ଧ ବ୍ୟକ୍ତି ସେଲ୍ଫି ନେବା ବେଳେ ମହାନଦୀରେ ଖସି ପଡ଼ିଥିବାବେଳେ, ଆଜି(ଗୁରୁବାର) ସକାଳ ୧୧.୩୦ ସମୟରେ ମହାନଦୀର ଚାଉଁରପୁର ବ୍ରିଜ୍ ଉପରୁ ଜଣେ ଯୁବତୀ ମହାନଦୀର ଅକାତକାତ ପାଣିକୁ ଡେଇଁ ପଡିଛନ୍ତି । ତେବେ ବ୍ରିଜ ନିକଟରେ ଯୁବତୀଙ୍କ ଚପଲ ଥିବା ଦେଖିବାକୁ ମିଳିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ଯୁବତୀ ଜଣକ ଅଚାନକ ଆସି ନଦୀ ଗର୍ଭକୁ ଡେଇଁ ପଡ଼ିଥିଲେ । ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଯୁବତୀଙ୍କ ପରିଚୟ ମିଳି ପାରିନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ..ମହାନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ
ଇଟିଭି ଭାରତ,ସମ୍ବଲପୁର