ପୁଣି ଅଲୋଡା ହେଲା ଶିଶୁକନ୍ୟା, ଜଙ୍ଗଲରେ ଫିଙ୍ଗି ଚାଲିଗଲା ଜନ୍ମ କଲା ମାଆ - ରାଇରଙ୍ଗପୁର ଜଙ୍ଗଲରୁ ଶିଶୁକନ୍ୟା ଉଦ୍ଧାର

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 10, 2023, 8:24 AM IST

ରାଇରଙ୍ଗପୁର: ପୁଣି ଅଲୋଡା ହେଲା ନବଜାତ ଶିଶୁକନ୍ୟା । ମାତ୍ର ଦୁଇ ମାସର ଶିଶୁକନ୍ୟାକୁ ଜଙ୍ଗଲରେ ଫିଙ୍ଗିଦେଇ ଚାଲିଗଲା ଜନ୍ମ କଲା ମାଆ । ଏପରି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ଗ୍ରାମପଞ୍ଚାୟତର ଘାଉଗାଢିଆ ଗ୍ରାମ ନିକଟସ୍ଥ ଜଙ୍ଗଲରେ ।

 
ସୋମବାର ଅପରାହ୍ନ ସମୟରେ ଘାଉଡାଢିଆ ଗ୍ରାମର କିଛି ମହିଳା ନିକଟସ୍ଥ ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଇଥିବା ବେଳେ ହଠାତ୍ ଏକ ଶିଶୁକନ୍ୟାର କାନ୍ଦ ଶୁଣି ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ଏକ ଶିଶୁକନ୍ୟା ଜଙ୍ଗଲ ମଧ୍ୟରେ ଲୁଗା ଉପରେ ଶୋଇ କାନ୍ଦୁଥିବାର ଦେଖିଥିଲେ । ମହିଳାମାନେ ତୁରନ୍ତ ଚମ୍ପାଝର ସରପଞ୍ଚ ବିକ୍ରମ ପିଙ୍ଗୁଆକୁ ଏନେଇ ଖବର ଦେଇଥିଲେ । ତେବେ ଖବର ପାଇ ସଙ୍ଗେ ସଙ୍ଗେ ସରପଞ୍ଚ ସ୍ଥାନୀୟ ଆଶାକର୍ମୀଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳରେ ପହଞ୍ଚି ଶିଶୁକନ୍ୟାକୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ସେଠାରେ ଡାକ୍ତର ଚିକିତ୍ସା କରିଥିବା ବେଳେ ଶିଶୁକନ୍ୟାଟି ବହୁ ସମୟରୁ ଖାଇ ନଥିବାରୁ ଅସୁସ୍ଥ ହୋଇଥିବା ଜଣାପଡିଛି ।  

ଏହା ମଧ୍ୟ ପଢ଼ନ୍ତୁ...ପୁଣି ଅଲୋଡା ଶିଶୁକନ୍ୟା, ନୟାଗଡ଼ ଚାଇଲ୍ଡଲାଇନ୍ ଦ୍ୱାରା ନବଜାତ ଉଦ୍ଧାର

ବର୍ତ୍ତମାନ ଶିଶୁକନ୍ୟାଟିର ଚିକିତ୍ସା ଜାରି ରହିଥିବା ବେଳେ ଶିଶୁକନ୍ୟା ଏବେ ସାମାନ୍ୟ ସୁସ୍ଥ ଅଛି । ତେବେ ଶିଶୁଟି ପାଖାପାଖି ଦେଢରୁ ଦୁଇ ମାସର ହେବ ବୋଲି ଅନୁମାନ କରାଯାଉଛି । ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଶିଶୁକନ୍ୟାମାନଙ୍କ ପାଇଁ ବିଭିନ୍ନ ଯୋଜନା ସବୁ କରିଥିଲେ ମଧ୍ୟ କିଏ କାହିଁକି ଏପରି ନିଷ୍ପାପ ଶିଶୁକୁ ଜଙ୍ଗଲ ମଧ୍ୟରେ ଛାଡି ଚାଲିଗଲା ଏହା ଉପରେ ତଦନ୍ତ କରି ଛୁଆର ବାପା ମାଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।


ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.