ETV Bharat / bharat

ପ୍ରଶାନ୍ତ କିଶୋର ଗିରଫ, ସମର୍ଥକଙ୍କ ବିକ୍ଷୋଭ, ପ୍ରତିକ୍ରିୟା ରଖିଲା ଜେଡିୟୁ - PRASHANT KISHOR ARRESTED

ଜନ ସୁରାଜ ପାର୍ଟି ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କୁ ଅନଶନସ୍ଥଳରୁ ଉଠାଇ ନେଲା ପାଟନା ପୋଲିସ । BPSC ପରୀକ୍ଷା ଅନିୟମିତତା ଅଭିଯୋଗ କରି ଆନ୍ଦୋଳନରେ ବସିଥିଲେ ପିକେ ।

PRASHANT KISHOR
PRASHANT KISHOR (ETV Bharat)
author img

By ETV Bharat Odisha Team

Published : Jan 6, 2025, 8:29 AM IST

Updated : Jan 6, 2025, 10:12 AM IST

ପାଟନା: ଜନ ସୁରାଜ ପାର୍ଟି ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କୁ ଉଠାଇନେଲା ପୋଲିସ । ବିହାର ପାଟନାର ଗାନ୍ଧି ମୈଦାନରେ ଆମରଣ ଅନଶନରେ ବସିଥିବା ପ୍ରଶାନ୍ତଙ୍କୁ ଆଜି(ସୋମବାର) ଭୋର ସମୟରୁ ଜୋର ଜବରଦସ୍ତ ଉଠାଇ ନେଇଛି ପୋଲିସ । ଏକ ଆମ୍ବୁଲାନ୍ସ ଯୋଗେ ପୋଲିସ ଫୋର୍ସ ତାଙ୍କୁ ନେଇଥିବାବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି । ବିହାର ଲୋକସେବା ଆୟୋଗର ୭୦ତମ ପ୍ରିଲିମନାରୀ ପରୀକ୍ଷା ରଦ୍ଦ କରିବା ପାଇଁ ଦାବି କରି ଗତ ୫ ଦିନ ଧରି ଆନ୍ଦୋଳନରତ ପରୀକ୍ଷାର୍ଥୀଙ୍କ ସହ ଗାନ୍ଧି ମୈଦାନରେ ଅନସନରେ ବସିଥିଲେ ପ୍ରଶାନ୍ତ କିଶୋର । ସେପଟେ ପୋଲିସ ପ୍ରଶାନ୍ତଙ୍କୁ ନେବାବେଳେ ବିରୋଧ କରିଥିଲେ ସମର୍ଥକ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ।

ଉଠାଇନେଲା ପୋଲିସ:

ବିହାର ଲୋକସେବା ଆୟୋଗ (BPSC)ର ପ୍ରିଲିମନାରୀ ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆଣିବା ସହ ପରୀକ୍ଷା ରଦ୍ଦ ଦାବି କରି ଆଶାୟୀ ପରୀକ୍ଷାର୍ଥୀ ଆନ୍ଦୋଳନରେ ବସିଛନ୍ତି। ଏହାକୁ ସମର୍ଥନ କରି ଜନ ସୁରାଜ ପାର୍ଟି ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଗତ ୫ ଦିନ ଧରି ପାଟନା ଗାନ୍ଧି ମୈଦାନରେ ପରୀକ୍ଷାର୍ଥୀଙ୍କ ସହ ଆମରଣ ଅନସନରେ ବସିଥିଲେ । ଆଜି ଭୋର ପ୍ରାୟ ୪ଟା ସମୟରେ ଗାନ୍ଧି ମୈଦାନରେ ପାଟଣା ପୋଲିସ ପହଞ୍ଚି ପ୍ରଶାନ୍ତଙ୍କୁ ଉଠାଇ ନେଇଯାଇଛି। ପ୍ରଶାନ୍ତଙ୍କୁ ଉଠାଇ ନେବାବେଳେ ପାଖାପାଖି ୧୦ଟି ଥାନାର ପୋଲିସ ଗାନ୍ଧି ମୈଦାନରେ ଉପସ୍ଥିତ ଥିଲେ ।

Patna Police Detained Jan Suraaj Party Founder Prashant Kishor
Patna Police Detained Jan Suraaj Party Founder Prashant Kishor (ETV Bharat)

ପ୍ରଶାନ୍ତଙ୍କୁ ପୋଲିସ ଚାପୁଡା ମାରିଥିବା ଅଭିଯୋଗ :

ପାଟନାରେ ପ୍ରବଳ ଥଣ୍ଡାରେ ପ୍ରଶାନ୍ତ କୁଶୋର BPSC ପରୀକ୍ଷାର୍ଥୀଙ୍କ ସହ ଖୋଲା ଆକାଶ ତଳେ ଆମରଣ ଅନଶନରେ ବସିଥିଲେ । ଆଜି ଭୋର ପାଖାପାଖି ୪ଟା ସମୟରେ ପ୍ରଶାନ୍ତଙ୍କୁ ନେବା ପାଇଁ ପୋଲିସ ଟିମ୍‌ ପହଞ୍ଚି ଥିବାବେଳେ ଏହାକୁ ପ୍ରଶାନ୍ତଙ୍କ ସମର୍ଥକ ବିରୋଧ କରିଥିଲେ । ସମର୍ଥକଙ୍କ କହିବା ଅନୁସାରେ, "ବିରୋଧ ସମୟରେ ଜଣେ ପୋଲିସ ଅଧିକାରୀ ପ୍ରଶାନ୍ତଙ୍କୁ ଚାପୁଡା ମାରିଥିଲେ । ଏହାସହ ପ୍ରଶାନ୍ତଙ୍କୁ ଆମ୍ବୁଲାନ୍ସରେ ବସାଇ ଗାନ୍ଧି ମୈଦାନକୁ ନେଇଯାଇଥିଲେ ।

ଚିକିତ୍ସା ପାଇଁ ମନା କଲେ ପ୍ରଶାନ୍ତ:

ମିଳିଥିବା ସୂଚନା ଅନୁସାରେ, ପ୍ରଶାନ୍ତ କୁମାରଙ୍କୁ ଗାନ୍ଧି ମୈଦାନରୁ ଉଠାଇ ସିଧା AIIMSକୁ ନେଇଛି ପାଟନା ପୋଲିସ । କିନ୍ତୁ ପ୍ରଶାନ୍ତ ସେଠାରେ ଚିକିତ୍ସା ହେବା ପାଇଁ ମନା କରି ଦେଇଛନ୍ତି । ସେ ଏବେବି ଅନଶନ ଜାରି ରଖିଛନ୍ତି । ଯେପର୍ଯ୍ୟନ୍ତ BPSCର ପ୍ରିଲିମନାରୀ ପରୀକ୍ଷାକୁ ରଦ୍ଦ କରି ପୁଣିଥରେ ପରୀକ୍ଷା କରିବା ପାଇଁ ବିହାର ସରକାର ତାଙ୍କ ଦାବି ଗ୍ରହଣ ନ କରିଛନ୍ତି ସେ ସେପର୍ଯ୍ୟନ୍ତ ଏଭଳି ଆନସନରେ ରହିବେ ବୋଲି କହିଛନ୍ତି ପ୍ରଶାନ୍ତ ।

ଏହା ମଧ୍ୟ ପଢ଼ନ୍ତୁ...କେବଳ ନୀତିଶ ନୁହନ୍ତି, ମୋଦି-ଶାହ ଓ ବିଜେପି ମଧ୍ୟ ‘ପଲଟୁମାର’

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍‌ ପାରିତ, ହେରଫେର କଲେ ଗଣିବେ କୋଟିଏ

ପୋଲିସର ଏଭଳି କାର୍ଯ୍ୟକୁ ବିରୋଧ କରିଛି ଜନ ସୁରାଜ ପାର୍ଟି । ପାର୍ଟିର ଅଫିସିଆଲ X ଆକାଉଣ୍ଟରେ ଲେଖାଯାଇଛି, "ନୀତିଶ କୁମାରଙ୍କ ଭୟକୁ ଦେଖନ୍ତୁ । ଭୁଷୁଡ଼ି ପଡ଼ିଥିବା ଶିକ୍ଷା ବ୍ୟବସ୍ଥା ଓ ଦୁର୍ନୀତିଗ୍ରସ୍ତ ପରୀକ୍ଷା ବିରୋଧରେ ୫ ଦିନ ଧରି ଆମରଣ ଅନଶନ କରୁଥିବା ପ୍ରଶାନ୍ତ କିଶୋରଙ୍କୁ ଭୋର ୪ଟାରେ ପୋଲିସ ଜବରଦସ୍ତ ଉଠାଇ ନେଇଛି ।"

Last Updated : Jan 6, 2025, 10:12 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.