ପ୍ରକାଶ ପାଇଲା ମେଟ୍ରିକ ରେଜଲ୍ଟ, ସମ୍ବଲପୁରରେ ପାସ ହାର 96.8% - ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ
🎬 Watch Now: Feature Video
ସମ୍ବଲପୁର: ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ଭଲ ରେଜଲ୍ଟ କରିଛନ୍ତି । ତେବେ ସମ୍ବଲପୁର ଜୋନ ଅଧିନସ୍ଥ ୯ଟି ଜିଲ୍ଲା ରେ ଚଳିତ ବର୍ଷ ଭଲ ରେଜଲ୍ଟ ହୋଇଛି । ସମ୍ବଲପୁର ଜୋନର ୯ଟି ଜିଲ୍ଲାରେ ପାସ ହାର ରହିଛି ୯୮.୬% ରହିଛି । ସମ୍ବଲପୁର, ବରଗଡ଼, ଝାରସୁଗୁଡା, ବଲାଙ୍ଗୀର, ସୋନପୁର,କଳାହାଣ୍ଡି, ଦେବଗଡ଼ ସୁନ୍ଦରଗଡ଼ ଓ ନୂଆପଡା ଜିଲ୍ଲା ଏହି ଜୋନରେ ଅନ୍ତର୍ଭୁକ୍ତ ରହିଛି । ସମ୍ବଲପୁର ଜୋନରେ ୧ଲକ୍ଷ ୨୩ ହଜାର ୬୨୭ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧ ଲକ୍ଷ ୨୧ ହଜାର ୯୫୭ ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି । ସମ୍ବଲପୁର ଜୋନ ରେ A1 ପାଇଛନ୍ତି ୫୨୯ ଜଣ ଛାତ୍ରୀଛାତ୍ର । ସେହିପରି କେବଳ ସମ୍ବଲପୁର ଜିଲ୍ଲାରେ ୧୧ହଜାର ୩୫୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୧ ହଜାର ୧୭୪ ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି । ଏଥିରେ A1ରେ ୬୬ ଜଣ ଥିବା ବେଳେ A2 ପାଇଛନ୍ତି 621 ଜଣ ଛାତ୍ରଛାତ୍ରୀ । ସମ୍ବଲପୁରରେ ମୋଟ ପାସ ହାର ୯୬.୮ପ୍ରତିଶତ ରହିଛି ।
ଇଟିଭି ଭାରତ, ସମ୍ବଲପୁର