ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ, ନୂଆପଡା ଜିଲ୍ଲାର ମୋଟ ପାସହାର 95.67% - ନୂଆପଡା ଜିଲ୍ଲାର ମୋଟ ପାସହାର 95 ପ୍ରତିଶତ
🎬 Watch Now: Feature Video
ନୂଆପଡା: ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି । ନୂଆପଡ଼ା ଜିଲ୍ଲା ସରସ୍ୱତୀ ଶିଶୁ ବିଦ୍ୟମନ୍ଦିର ଖଡ଼ିଆଳଠାରେ ମଧ୍ୟ ପିଲାଙ୍କ ସଫଳତା କୁନେଇ ଛାତ୍ରଛାତ୍ରୀ ଗୁରୁଜୀ ଗୁରୁମା ଉତ୍ସବ ପାଳନ କରିଛନ୍ତି । ଖଡ଼ିଆଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀ ପରୀକ୍ଷାରେ ଶତ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଥିବା ବେଳେ, ବିଦ୍ୟାଳୟର ଛାତ୍ର ଆଦର୍ଶ ଷଢଙ୍ଗୀ 90 ପ୍ରତିଶତ ମାର୍କ ରଖି A1 ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ନୂଆପଡା ସଦର ବ୍ଲକ ସିଆଲଲଟି ହାଇସ୍କୁଲର ରୋସନ କୁମାର ସାହୁ A1 ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ନୂଆପଡା ସଦର ବ୍ଳକ ଖରିଆର ରୋଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ତୃପ୍ତିମୟୀ ପାଣ୍ଡେ ମଧ୍ୟ A1ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଚଳିତ ବର୍ଷ ମାଟ୍ରିକ ବୋର୍ଡ଼ ପରୀକ୍ଷାରେ ନୂଆପଡା ଜିଲ୍ଲା ର 90 ପ୍ରତିଶତରୁ ଊର୍ଦ୍ଧ୍ବ ମାର୍କ ରଖି 5ଜଣ ଛାତ୍ରଛାତ୍ରୀ A1 ଗ୍ରେଡ୍ରେ କୃତକାର୍ଯ୍ୟ ହୋଇଛନ୍ତି । ନୂଆପଡ଼ା ଜିଲ୍ଲାର ମୋଟ ପାସ୍ ହାର 95.67% ରହିଛି ।
ଇଟିଭି ଭାରତ, ନୂଆପଡା