ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ପାଳିତ - ଜଗତସିଂହପୁର ଖବର

🎬 Watch Now: Feature Video

thumbnail

By

Published : Aug 15, 2023, 12:19 PM IST

ଜଗତସିଂହପୁର: ଆଜି ୭୭ତମ ସ୍ବାଧୀନତା ଦିବସ । ଜଗତସିଂହପୁର ଜିଲ୍ଲାର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ପାଳିତ ହୋଇଛି ।  ଜଳ ସମ୍ପଦ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ କାର୍ଯ୍ୟକ୍ରମରେ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ଜଗତସିଂହପୁର ଏକ ଐତିହ୍ୟ ସମ୍ପନ୍ନ ଜିଲ୍ଲା । ସ୍ବାଧୀନତା ସଂଗ୍ରାମ କ୍ଷେତ୍ରରେ ଏହି ଜିଲ୍ଲାର ଅବଦାନ ବେଶ୍ ଅତୁଳନୀୟ । ଜଗତସିଂହପୁ ଜିଲ୍ଲାରେ ନବକୃଷ୍ଣ ଚୌଧୁରୀ, ସାରଳା ଦେବୀ, ମାଳତୀ ଦେବୀ, ରମାଦେବୀଙ୍କ ଭଳି ମହାନ ବ୍ୟକ୍ତିତ୍ବଙ୍କ ନାମ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଛି । ଏଠାକାର ଅଧିଷ୍ଠାତ୍ରୀ ଦେବୀ ମା' ଶାରଳା, ଗୋରଖନାଥ ପୀଠ ଜିଲ୍ଲା ପର୍ଯ୍ୟଟନକୁ ସମୃଦ୍ଧ କରିଛି । ଏହି ମାଟିର ଦାୟାଦମାନେ ଖାଲି ଓଡ଼ିଶାର ନୁହେଁ, ସମଗ୍ର ଭାରତ ବର୍ଷରେ ଗୌରବ ଅର୍ଜନ କରିଛନ୍ତି ବୋଲି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି । ଆଜିର ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ଜିଲ୍ଲାପାଳ ପାରୁଲ ପଟୱାରୀ, ଆରକ୍ଷୀ ଅଧୀକ୍ଷକ ରାହୁଲ ପି.ଆର ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାସ୍ତରୀୟ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପାଇଁ ଗୌରବ ଆଣିଥିବା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.