୪ର୍ଥ ପର୍ଯ୍ୟାୟରେ ଲୋକାର୍ପିତ ହେଲା ଢେଙ୍କାନାଳର ୬୩ଟି ରୂପାନ୍ତରିତ ହାଇସ୍କୁଲ - ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଢେଙ୍କାନାଳ
🎬 Watch Now: Feature Video
Published : Jan 13, 2024, 8:54 PM IST
Transformed Schools Inaugurated ଢେଙ୍କାନାଳ: ରାଜ୍ୟରେ ମୋ ସ୍କୁଲ ଅଭିଯାନ ଓ 5T ମାଧ୍ୟମରେ ୪ର୍ଥ ପର୍ଯ୍ୟାୟରେ ଆଜି ୬ଟି ଜିଲ୍ଲାର ୩୨୨ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ଏହି ୪ର୍ଥ ପର୍ଯ୍ୟାୟରେ ମାଲକାନଗିରି, ବାଲେଶ୍ୱର, ଗଜପତି, କେନ୍ଦୁଝର, କଟକ ସମେତ ଢେଙ୍କାନାଳ ଜିଲ୍ଲା ସାମିଲ ରହିଛି । ଏହି ଲୋକାର୍ପଣ ଉତ୍ସବ ଅବସରରେ ଢେଙ୍କାନାଳ ଜିଲ୍ଲାର ୬୩ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟକୁ ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଉପଲକ୍ଷେ ଢେଙ୍କାନାଳ ସହରର ସୌଦାମିନୀ ସ୍ମୃତି ବିଦ୍ୟାପୀଠ ପରିସରରେ ଏହି ଲୋକାର୍ପିତ ଉତ୍ସବର ଆୟୋଜନ କରାଯାଇଥିଲା ।
କାର୍ଯ୍ୟକ୍ରମରେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଢେଙ୍କାନାଳ ବିଧାୟକ ସୁଧୀର ସାମଲ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ, ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି ସମେତ ଶତାଧିକ ସଂଖ୍ୟାରେ ବିଜେଡି କର୍ମୀ ଓ ସମର୍ଥକମାନେ ଉପସ୍ଥିତ ଥିଲେ । ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ଉତ୍ସବରେ ଯୋଗ ଦେଇଥିଲେ । ମୋ ସ୍କୁଲ ଅଭିଯାନ ଓ 5ଟି ମାଧ୍ୟମରେ ସ୍କୁଲ ଗୁଡି଼କରେ ସ୍ମାର୍ଟ କ୍ଲାସ, ଉନ୍ନତମାନର ଖେଳାପଡ଼ିଆ, ଲାବୋରେଟୋରି ଓ ଅତ୍ୟାଧୁନିକ ଲାଇବ୍ରେରୀ ଆଦି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଗ୍ରହଣ କ୍ଷେତ୍ରରେ ଆଗ୍ରହ ବଢ଼ାଇବା ସହିତ ବେଶ ଉତ୍ସାହିତ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମତ ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ....୫ଟି ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟ, ପ୍ରଥମ ଦିନରେ ୩୮୯ ସ୍କୁଲ ଲୋକାର୍ପିତ
ଇଟିଭି ଭାରତ, ଢେଙ୍କାନାଳ