ମୋ ଝିଅ ବ୍ରହ୍ମପୁରିଆ ଏବଂ ଗଞ୍ଜାମିଆ: 5T ସଚିବ

🎬 Watch Now: Feature Video

thumbnail

By ETV Bharat Odisha Team

Published : Aug 28, 2023, 3:47 PM IST

ବ୍ରହ୍ମପୁର: ହାଇଡ୍ରାମା ମଧ୍ୟରେ ଶେଷ ହୋଇଛି 5T ସଚିବ ଭିକେ ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତ । ତେବେ ଜିଲ୍ଲାର ଦୁଇ ଦୁଇଟି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଲୋକମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରିବା ସହ ଗଞ୍ଜାମ ଜିଲ୍ଲା ସହିତ ତାଙ୍କର ରହିଥିବା ସମ୍ପର୍କକୁ ବ୍ୟାଖ୍ୟା କରିଥିଲେ । 5T ସଚିବ କହିଥିଲେ, "ଗଞ୍ଜାମ ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିବା ସମୟରେ ମା' ତାରାତାରିଣୀଙ୍କ କୃପାରୁ ମୋର ଝିଅ ଜନ୍ମ ହୋଇଥିଲା । ବ୍ରହ୍ମପୁର ସହରରେ ତାର ଜନ୍ମ ହୋଇଥିଲା । ଯାହାର ନାମ ତାରା ରଖାଯାଇଛି । ଆଉ ସେ ସଂପୂର୍ଣ୍ଣ ବ୍ରହ୍ମପୁରିଆ ଏବଂ ଗଞ୍ଜାମିଆ ।" ଏଥିସହ ଗଞ୍ଜାମ ଜିଲ୍ଲାବାସୀ ଅତ୍ୟନ୍ତ କଠିନ ପରିଶ୍ରମୀ ଏବଂ ଗୋଷ୍ଠୀ ସହଭାଗିତା ରହିଥିବା ମଞ୍ଚରେ କହିଥିଲେ ସଚିବ । ଏଠାରେ ଯଦି ସରକାରଙ୍କ ପକ୍ଷରୁ ଗୋଟିଏ କୋଠଘର ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଏ, ତାହେଲେ ଅଞ୍ଚଳବାସୀ ନିଜ ପକ୍ଷରୁ ପୁଣି ୫ ଲକ୍ଷ ମିଶାଇ ୧୦ ଲକ୍ଷ ଟଙ୍କାରେ କୋଠଘର ନିର୍ମାଣ କରିଥାଆନ୍ତି । ଯାହା ରାଜ୍ୟର ଅନ୍ୟ କୌଣସି ଜିଲ୍ଲାରେ ଦେଖିବାକୁ ମିଳିନଥାଏ ବୋଲି କହିଛନ୍ତି 5T ସଚିବ । ଏହାସହ ବର୍ତ୍ତମାନର ଅଭିଯୋଗ ଶୁଣାଣିରେ ଆସିଥିବା ପ୍ରତି ଦରଖାସ୍ତକୁ ପୁଙ୍ଖାନୁପୁଙ୍ଖ ଭାବରେ ବିଚାର କରାଯିବା ସହିତ ଆସନ୍ତା ଏକ ମାସ ପରେ ସମସ୍ତେ ଭଲ ଖବର ପାଇପାରିବେ ବୋଲି କହିଥିଲେ ସଚିବ ।

ଏହା ମଧ୍ୟ ପଢ଼ନ୍ତୁ...ଗୀତ ଗାଇ ଗୁହାରି କଲେ ଦୃଷ୍ଟିବାଧିତ ପ୍ରଫୁଲ୍ଲ, ଘରେ ପାଇଁ 5T ସଚିବ ଓ ପ୍ରଣବ ପ୍ରକାଶଙ୍କୁ ନିବେଦନ

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.