ପିଲାଙ୍କ ସହ ବାସ୍କେଟ୍‌ ବଲ୍‌ ଖେଳିଲେ ପାଣ୍ଡିଆନ, ଶିଖାଇଲେ ବାସ୍କେଟ୍‌ ଟେକ୍ନିକ୍‌

By

Published : Jul 11, 2023, 10:57 AM IST

thumbnail

ଅନୁଗୋଳ: ଜିଲ୍ଲା ଗସ୍ତରେ ଅଛନ୍ତି 5-ଟି ସଚିବ ଭିକେ ପାଣ୍ଡିଆନ । ଅନୁଗୋଳ ଖଲାରି ସ୍କୁଲରେ ପିଲାଙ୍କ ସହ ବାସ୍କେଟ୍‌ ବଲ ଖେଳିଛନ୍ତି 5-ଟି ସଚିବ । 5 ଟି ସ୍କୁଲ ଓ ତାର ପରିପାଟି କିପରି ଲାଗୁଛି ସେ ନେଇ ଛାତ୍ରଛାତ୍ରୀଙ୍କୁ ପଚାରି ବୁଝିଥିଲେ । ଏହା ପରେ ଖଲାରି ହାଇସ୍କୁଲରେ 5ଟି ସଚିବ ପିଲାମାନଙ୍କ ସହ ବାସ୍କେଟ ବଲ ଖେଳିଥିଲେ । ବହୁ ସମୟ ଧରି ଖେଳିବା ସହ ପିଲାଙ୍କୁ ଖେଳ ସମ୍ପର୍କରେ ବୁଝାଇ ଥିଲେ । ନିଜେ ବାସ୍କେଟ୍‌ କରି ଦେଖାଇ ଥିଲେ । ସଚିବଙ୍କ ଖେଳ ଦେଖି ସ୍କୁଲର ପିଲା ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ । ସ୍କୁଲ୍‌ର ପରିବର୍ତ୍ତନ କିପରି ଲାଗୁଛି ସେନେଇ ପିଲାମାନଙ୍କ ସହ ଆଲୋଚନା କରିଥିଲେ । କିଭଳି ଉତ୍ତମ ଶିକ୍ଷାଦାନ ଦ୍ଵାରା ପିଲାମାନଙ୍କ ଭବିଷ୍ୟତ ଗଢି ହେବ ସେନେଇ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ । ଭିଡିଓରେ ଦେଖନ୍ତୁ ପିଲାମାନଙ୍କ ସହ 5ଟି ସଚିବ ଭିକେ ପାଣ୍ଡିଆନଙ୍କ ବାସ୍କେଟ୍‌ ବଲ ଖେଳୁଥିବା ସମୟର ଦୃଶ୍ୟ...

ଏହା ବି ପଢନ୍ତୁ...ଅନୁଗୋଳ ଗସ୍ତରେ ୫ଟି ସଚିବ, ହିଙ୍ଗୁଳା ମନ୍ଦିରର ହେବ ଉନ୍ନତିକରଣ

ଇଟିଭି ଭାରତ, ଅନୁଗୋଳ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.