WATCH VIDEO: ମୁଖ୍ୟମନ୍ତ୍ରୀଙ୍କ ସମୟାନୁବର୍ତ୍ତିତାକୁ ପାଣ୍ଡିଆନଙ୍କ ପ୍ରଶଂସା, କହିଲେ ରାଜ୍ୟବାସୀ ଶିଖନ୍ତୁ - ନବୀନଙ୍କ ସମୟାନୁବର୍ତ୍ତିତାକୁ ପାଣ୍ଡିଆନଙ୍କ ପ୍ରଶଂସା

🎬 Watch Now: Feature Video

thumbnail

By

Published : Dec 29, 2022, 4:47 PM IST

Updated : Feb 3, 2023, 8:37 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟାନୁବର୍ତ୍ତିତା (Punctuality of CM Naveen Patnaik) । ଯାହାକୁ ପ୍ରଶଂସା କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ (5T Secretary V.K Pandian praises CM Naveen) । ମୁଖ୍ୟମନ୍ତ୍ରୀ ସବୁବେଳେ ସମୟର ସଠିକ ସଦୁପଯୋଗ କରି ସମୟ ପୂର୍ବରୁ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଗୁଣକୁ ସମସ୍ତେ ଶିଖିବା ଆବଶ୍ୟକ ବୋଲି ରାଜ୍ୟବାସୀଙ୍କୁ କହିଛନ୍ତି ପାଣ୍ଡିଆନ । ସରକାରୀ କାର୍ଯ୍ୟ ହେଉ ଅବା ବ୍ୟକ୍ତିଗତ ମୁଖ୍ୟମନ୍ତ୍ରୀ ସବୁବେଳେ ସଠିକ ସମୟରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିଛନ୍ତି । ଗତ ୨୨ ବର୍ଷର ଶାସନ କାଳ ମଧ୍ୟରେ ସେ ଏହି ଆଦର୍ଶକୁ ଅନୁସରଣ କରୁଛନ୍ତି, ଯାହାକୁ ସମସ୍ତେ ଶିଖିବା ଆବଶ୍ୟକ ବୋଲି କହିଛନ୍ତି ପାଣ୍ଡିଆନ । ତେବେ ଆଜି ଅନୁଗୋଳ ଜିଲ୍ଲାକୁ ଗସ୍ତ କରି ବିଜେଡି ଶିବିରରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଠାରେ SHGଙ୍କୁ ଅର୍ଥ ବଣ୍ଟନଠୁ ଆରମ୍ଭ କରି ବସ ଟର୍ମିନାଲ, କୋଲ ମ୍ୟୁଜିଅମ ଆଦିର ଉଦଘାଟନ କରିଛନ୍ତି । ଏହି ଗସ୍ତ ସମୟରେ ଆକାଶ ମାର୍ଗରେ ମୁଖ୍ୟମନ୍ତ୍ରୀ ଆସୁଥିବା ବେଳେ ଏକ ଭିଡ଼ିଓ ଉତ୍ତୋଳନ କରି ପାଣ୍ଡିଆନ ନବୀନଙ୍କ ସମୟାନୁବର୍ତ୍ତିତାକୁ ପ୍ରଶଂସା କରିଛନ୍ତି ।
Last Updated : Feb 3, 2023, 8:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.