ବ୍ୟାସ ସରୋବରରେ ନିର୍ମାଣ କାର୍ଯ୍ୟ ବେଳେ ଅଘଟଣ, ବିଦ୍ୟୁତ ଆଘାତରେ 2 ମୃତ

🎬 Watch Now: Feature Video

thumbnail

ଯାଜପୁର: ବିଦ୍ୟୁତ ଆଘାତରେ 2ଜଣ ଶ୍ରମିକ ମୃତ୍ୟୁ । ବ୍ୟାସ ସରୋବରରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବିଦ୍ୟୁତ ଆଘାତରେ ଶିକାର ହୋଇଛନ୍ତି 2ଜଣ ଶ୍ରମିକ । ମୃତ ୨ଜଣ ଶ୍ରମିକ ହେଲେ ଅନ୍ଦ୍ରଜିତ ମଣ୍ଡଳ ଓ ରେଜାବୁଲ । ଉଭୟଙ୍କ ଘର ପଶ୍ଚିମବଙ୍ଗ ମାଲଦା ଅଞ୍ଚଳ ବୋଲି ଜଣା ପଡ଼ିଛି ।  

ସୂଚନା ଅନୁଯାୟୀ ଆଜି ଦିନ 11ଟା ସମୟରେ ବ୍ୟାସ ସରୋବର ଉନ୍ନତିକରଣ ପାଇଁ ନିର୍ମାଣ କାର୍ଯ୍ୟ ଜାରି ରହିଥିଲା । ଏହି ସମଯରେ ଦୁଇ ଶ୍ରମିକ ମେସିନ ସାହାଯ୍ୟରେ ରଡ୍‌ କାଟୁଥିଲେ । ହଠାତ୍‌ ରଡ଼ କଟିଂ ମେସିନ ଚାର୍ଜ ହୋଇଯିବାରୁ ୨ ଶ୍ରମିକ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ । ସଙ୍ଗେସଙ୍ଗେ  ଅନ୍ୟ  ଶ୍ରମିକଙ୍କ ସହାୟତା ଉଭୟଙ୍କୁ ଯାଜପୁର ରୋଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ୨ଜଣ ଶ୍ରମିକଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ଯାଜପୁର ରୋଡ୍‌ ପୋଲିସ ସ୍ବସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.