Watch: ପୁଣି ଗୋଟିଏ ଟ୍ରାକରେ ୨ଟି ଟ୍ରେନ, ଭୟଭୀତ ଯାତ୍ରୀ

By ETV Bharat Odisha Team

Published : Sep 5, 2023, 4:55 PM IST

thumbnail

କଟକ: ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ। ଆଜି (ମଙ୍ଗଳବାର) କିଛି ସମୟ ତଳେ କଟକ ଜଗତପୁର ନିକଟରେ ଗୋଟିଏ ଲାଇନରେ ଦୁଇଟି ମେମୁ ଟ୍ରେନ ପାଖା ପାଖି ଆସିଯାଇଥିଲେ। ତେବେ ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଥିଲା । ଏନେଇ ଏକ ଭିଡିଓ ଭାଇରଲ ହେବା ପରେ ସ୍ପଷ୍ଟୀକରଣ ରଖିଛି ରେଳବାଇ । ଏହା ରେଳବାଇର ଏକ ସ୍ବାଭାବିକ କାର୍ଯ୍ୟକ୍ରମ ଏବଂ ଏଥିରେ କୌଣସି ଭୟ କରିବାର ଆବଶ୍ୟକତା ନ ଥିବା କହିଛନ୍ତି କଟକର ଷ୍ଟେସନ ମାଷ୍ଟର। ଦୁଇଟି ଯାକ ମେମୁ ଟ୍ରେନ ଗୋଟିଏ ଲାଇନରେ ଥିଲା ସତ, କିନ୍ତୁ ସାମ୍ନାସାମ୍ନି ନୁହେଁ ବରଂ ପଛକୁ ପଛ ଥିଲା । ଉଭୟ ଗାଡ଼ି ମଧ୍ୟରେ ରେଳବାଇ ଦ୍ବାରା ଧାର୍ଯ୍ୟ ହୋଇ ଥିବା 120 ମିଟରର ଦୂରତା ରଖାଯାଇଥିଲା ।  ନୂଆ କରି ସିଗ୍ନାଲ କାମ କରାଯାଉଥିବାରୁ ଦୁଇଟି ଯାକ ଗାଡ଼ିକୁ ଅଟକା ଯାଇଥିଲା ।

ଏହା ବି ପଢନ୍ତୁ- Train Accident Averted In Bilaspur: ବାହାନଗା ରେଳ ଦୁର୍ଘଟଣାର ପୁନରାବୃତ୍ତି ! ଗୋଟିଏ ଟ୍ରାକରେ 2ଟି ଟ୍ରେନ

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.