WATCH VIDEO: ଆମ୍ବେଦକରଙ୍କ 125 ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚିତ, ବଢିଲା ସହରର ଶୋଭା

By

Published : Apr 14, 2023, 5:16 PM IST

thumbnail

ହାଇଦ୍ରାବାଦ: ସମ୍ବିଧାନର ପ୍ରଣେତା ବି.ଆର ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ଅବସରରେ ଅନାବରଣ ହୋଇଛି ଆମ୍ବେଦକରଙ୍କ ୧୨୫ଫୁଟର ବିଶାଳକାୟ ପ୍ରତିମୂର୍ତ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଏହାର ଉନ୍ମୋଚନ କରିଛନ୍ତି । ତେଲେଙ୍ଗାନା ନୂତନ ସଚିବାଳୟ ପ୍ରଗତି ଭବନ ବିଲ୍ଡିଂ ପରିସରରେ ରହିଛି ଏହି ବିଶାଳକାୟ ପ୍ରତିମୂର୍ତ୍ତି । ହୁସେନ ସାଗର ହ୍ରଦର ନିକଟରେ ରହିଛି ଏହି ସୁନ୍ଦର ପ୍ରତିମୂର୍ତ୍ତି । ଯାହାକି ସହରରେ ଶୋଭାରେ ଲଗାଇଛି ଚାରଚାନ୍ଦ୍‌ । ଏହା ନିର୍ମାଣ ଲାଗି ୨ବର୍ଷ ସମୟ ଲାଗିଥିଲା । ୯୮ ବର୍ଷୀୟ ଶିଳ୍ପୀ ତଥା ପଦ୍ମଭୂଷଣ ରାମ ଭାଞ୍ଜି ସୁତାର ଏହାର ନିର୍ମାଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ  ଆମ୍ବେଦକରଙ୍କ ଅଣନାତି ପ୍ରକାଶ ଆମ୍ବେଦକରଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଜି କିଷାନ ରେଡ୍ଡୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏହି ସମାରୋହ କାର୍ଯ୍ୟକ୍ରମରେ ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ସୂତାର ନିମନ୍ତ୍ରିତ ଅତିଥି ଭାବେ ଉପସ୍ଥିତ ରହିଥିବା ବେଳେ ତାଙ୍କୁ କାର୍ଯ୍ୟକ୍ରମରେ ମଧ୍ୟ ସମ୍ମାନିତ କରାଯିବ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.