Sambalpur violence: ନୂଆପଡ଼ାରେ ୧୨ ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ

By

Published : Apr 19, 2023, 4:29 PM IST

thumbnail

ନୂଆପଡ଼ା: ସମ୍ବଲପୁର ହିଂସାକାଣ୍ଡ ଘଟଣାର ପ୍ରତିବାଦ କରି ବନ୍ଦ ଡାକରା ଦେଇଛି ବିଶ୍ବ ହିନ୍ଦୁ ପରିଷଦ । ସମ୍ବଲପୁର ସମେତ ୧୪ଟି ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଛି । ଏହି କ୍ରମରେ ନୂଆପଡା ଜିଲ୍ଲା ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ନେତୃତ୍ୱରେ ଜିଲ୍ଲାବ୍ୟାପୀ ବନ୍ଦ ପାଳନ କରାଯାଇଛି । ଏହି ବନ୍ଦ ପାଳନକୁ ବିଜେପି ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି ସମେତ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ସମର୍ଥନ ଜଣାଇ ଖଡ଼ିଆଳ ବୋଡେନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଶ୍ବହିନ୍ଦୁ ପରିଷଦ ଛାତ୍ର ପ୍ରମୁଖ ଗୌରବ ସିଂ ବାରିକଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ଯୁବକ ଏକତ୍ରିତ ହୋଇ 353 ଜାତୀୟ ରାଜପଥ ଖଡ଼ିଆଳରେ ଟାୟାର ଜାଳି ସ୍ଲୋଗାନ ଦେଇଛନ୍ତି । ଜିଲ୍ଲାର ଖଡ଼ିଆଳ, ବୋଡେନ, ସିନାପାଲି, କୋମନା, ନୂଆପଡ଼ା ବ୍ଲକ ଅଞ୍ଚଳରେ ଅଖ ଚକ ବନ୍ଦ ଥିବାବେଳେ ଦୋକାନ, ବଜାର ସ୍କୁଲ, କଲେଜ, ସରକାରୀ, ବେସରକାରୀ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିଛି ।
 

ଇଟିିଭି ଭାରତ, ନୂଆପଡ଼ା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.